ଗୁଣି ଗାରେଡି ସନ୍ଦେହରେ ଟାଙ୍ଗିଆରେ ହାଣି ହତ୍ୟା, ଶେଷରେ ବୃଦ୍ଧଙ୍କ ଘର ପୋଡିଦେଲା ଅଭିଯୁକ୍ତ

ବଣାଇ: ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ । ମୃତକ ହେଲେ ସୁନ୍ଦରଗଡ ଜିଲ୍ଲା ପଟାମୁଣ୍ଡା ଗାଁର କାଳିଆ ଦେହୁରୀ । ଜମିକୁ ଯାଇଥିବା ବେଳେ କାଳିଆକୁ ସେହି ଗାଁର ଟାଙ୍ଗୁରୁ ଗିରି ଏକ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା ।

ଘଟଣାସ୍ଥଳରେ କାଳିଆର ମୃତ୍ୟୁ ହୋଇଛି । ତେବେ ହତ୍ୟା କରିବା ପରେ ବୃଦ୍ଧଙ୍କ ଘର ମଧ୍ୟ ପୋଡି ଦେଇଛି ଅଭିଯୁକ୍ତ। ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.