ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ, ଯୁବତୀଙ୍କ ଜୀବନ ନେଇଗଲା ବିବାହିତ ଯୁବକ

ଦେବଗଡ଼ : ପ୍ରେମ ପାଇଁ ଚାଲିଗଲା ଜୀବନ । ଏକ ତରଫା ପ୍ରେମ ଏତେ ଯେ ଭୟଙ୍କର ହେଇପାରେ ତାହା ଏହି ଘଟଣା ଦେଖିବା ପରେ ବୁଝିଯିବେ ଆପଣ । ପ୍ରେମ କରୁଥିଲେ ଏଇ ବିବାହିତ ଯୁବକ ଜଣକ କିନ୍ତୁ କଣ ହେଲା କେଜାଣି ଯେଉଁଥିପାଇଁ ଯୁବତୀଙ୍କ ଜୀବନ ନେଇଗଲେ ବିବାହିତ ଯୁବକ । ନିଜ ସ୍ତ୍ରୀ ପ୍ରେମଠୁ ଅଧିକା ପ୍ରିୟ ଥିଲା ପ୍ରେମିକାର ପ୍ରେମ । ନିଜ ୨ ସନ୍ତାନକୁ ବି ଭୁଲିଗଲେ । ଶେଷରେ ଏପରି କାଣ୍ଡ ଘଟାଛନ୍ତି ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରିଆମାଳ ଥାନା ଅନ୍ତର୍ଗତ ଖଡିନାଳୀ ଗାଁରେ ।
ଏକ ତରଫା ପ୍ରେମକୁ କେନ୍ଦ୍ର କରି ଖଡିନାଳୀ ଗ୍ରାମରେ ଜଣେ ଯୁବତୀକୁ ହତ୍ୟା କରାଯାଇଛି । ମୃତକ ହେଲେ ଖଡିନାଳୀ ଗ୍ରାମର ଯୁଗଳ ବେହେରାଙ୍କ ଝିଅ ସୁଇଟି ବେହେରା ।ଗତକାଲି ସଂନ୍ଧ୍ୟାରେ ଅଭିଯୁକ୍ତ ଜଣକ ଯୁଗଳଙ୍କ ଘରକୁ ଆସି ଯୁବତୀଙ୍କୁ ବଳ ପୂର୍ବକ ଉଠାଇ ନେଇ ଘର ବାଡି ପଟେ ତାଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଥିଲେ । ମୃତ ଯୁବତୀଙ୍କ ପରିବାର ଲୋକେ ଏହା ଦେଖି ହତବାକ୍ ହୋଇ ରହିଯାଇଥିଲେ । କଣ କରିବେ କିଛି ଭାବିପାରି ନଥିଲେ । କିଛି ଉପାୟ ନପାଇ ପୋଲିସକୁ ଖବର ଦେଇଥିଲେ ।
ତେବେ ହତ୍ୟାକରୀ ଅଭିଯୁକ୍ତ ସେହି ଗ୍ରାମର ବିବାହିତ ଓମ ପ୍ରକାଶ ପ୍ରଧାନ ତାଙ୍କର ୨ଟି ସନ୍ତାନ ରହିଛି । ଅଭିଯୁକ୍ତ ଓମକୁ ରିଆମାଳ ପୁଲିସ ଅଟକ ରଖିଥିବା ବେଳେ ତା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ପୁଲିସ ଜବତ କରିଛି ।
ଏନେଇ ଘଟଣା ସ୍ଥଳରେ ଏସଡିପିଓ ସୈାମ୍ୟ ରଞ୍ଜନ ମଲ୍ଲିକଙ୍କ ନେତୃତ୍ଵରେ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ସାଂଇଟିଫିକ ଟିମ ଘଟଣା ସ୍ଥଲରେ ପହଂଚିବା ପରେ ଅଧିକ ତଦନ୍ତ କରାଯିବା ସହ ମୃତ ଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।