କେନ୍ଦୁଝର: ଗୁଣି ଗାରେଡି ସନ୍ଦେହକୁ କେନ୍ଦ୍ର କରି ମାଇଁକୁ ହତ୍ୟା କଲା ଭଣଜା

କେନ୍ଦୁଝର(କେନ୍ୟୁଜ୍): ଗୁଣି ଗାରେଡି ସନ୍ଦେହରେ ମାଇଁକୁ ହତ୍ୟା କଲା ଭଣଜା । ଆନନ୍ଦପୁର ବ୍ଳକ ଗୟଳମୁଣ୍ଡା ପଞ୍ଚାୟତ କନ୍ତଳା ଗାଁରେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଛି । ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଭଣଜାକୁ ଗିରଫ କରି ତଦନ୍ତ ଚଳାଇଛି । ଗୁଣି ଗାରେଡିକୁ ସନ୍ଦେହ କରି ଭଣଜା ଅଙ୍କୁରା ବୀରୁଆ ନିଜ ମାଇଁକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି ।