ନୂଆବର୍ଷରେ ରାଜଧାନୀରେ ପୁଣି ଗଡିଲା ମୁଣ୍ଡ, ନିଶାସକ୍ତ ଅବସ୍ଥାରେ ଯୁବକଙ୍କୁ ପିଟିପିଟି ହତ୍ୟାକଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ନିର୍ମମ ହତ୍ୟା । ଯୁବକଙ୍କୁ ପିଟିପିଟି ହତ୍ୟାକଲେ ଦୁର୍ବୃତ୍ତ । ସୁନ୍ଦରପଦା ନୂଆସାହିରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସେହି ଅଞ୍ଚଳର ଦିପୁ ରାଉତ । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନୂଆସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ପାଇଁ ଭୋଜି କରୁଥିଲେ ।

ସେହି ମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୁଣି ହଠାତ୍‌ କିଛି ଯୁବକ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଦିପୁ ରାଉତଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଏୟାରଫିଲ୍‌ଡ ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.