ପରକୀୟା ପ୍ରୀତି ସାଜିଲା କାଳ : ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ନାବାଳକକୁ ଅପହରଣ ପରେ ହତ୍ୟା

ବ୍ରହ୍ମପୁର(କେନ୍ୟୁଜ୍) : ପରକୀୟା ପ୍ରୀତି ସାଜିଲା କାଳ। ନାବାଳକକୁ ଅପହରଣ ପରେ ହତ୍ୟା। ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନାର ସଦାନନ୍ଦ ବିହାରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ନାବାଳକଙ୍କ ଅପହରଣ ନେଇ ତାଙ୍କ ମାଆ ଥାନାରେ ଏତଲା ଦେଇଥିଲେ। ୧୨ତାରିଖ ଦିନ ନାବାଳକ ଜଣକ ସ୍କୁଲକୁ ଯାଇ ଆଉ ଫେରିନଥିଲେ।

boy1ଏହି ମାମଲାରେ ସଂପୃକ୍ତି ନେଇ ଦେବାଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନାବାଳକଙ୍କ ମାଆର ପରକିୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ। ପୋଲିସ ଶିଶୁର ରକ୍ତଭିଜା ପୋଷାକ ଓ ପରିଚୟ ପତ୍ର ଜବତ କରିଛି। ମୃତଦେହ ଜବତ ପାଇଁ ପୋଲିସ ଉଦ୍ୟମ ଚଳାଇଛି।

You might also like