ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା , ଆସିକା କଲେଜ ଛକ ମାଗୁରା ପାହାଡ଼ ରାସ୍ତାରେ ଘଟିଛି ହତ୍ୟାକାଣ୍ଡ

ଗଞ୍ଜାମ(କେନ୍ୟୁଜ୍) : ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ପାଖ ମାଗୁରା ପାହାଡ଼ ରାସ୍ତାରେ ଘଟିଛି ଏହି ହତ୍ୟାକାଣ୍ଡ। ଗତ ବିଳମ୍ବିତ ରାତିରେ ଯୁବକ ଜଣକ ଆସିକାରୁ ତାଙ୍କ ଗାଁକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ମୃତଦେହ ନିକଟରେ ତାଙ୍କ ବାଇକ ମଧ୍ୟ ପଡ଼ିଛି। ମୃତକ ଜଣକ ଏଙ୍କଡ଼ାଇ ପଲ୍ଲୀ ଗାଁର ରବିନ୍ଦ୍ର ନାୟକ ବୋଲି ଚିହ୍ନଟ ହୋଇଛି। ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ଏହା ହୋଇ ଥାଇପାରେ ବୋଲି ପୋଲିସ ଅନୁମାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.