ଯାଜପୁର(କେନ୍ୟୁଜ): ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର। ମୃତ ଯୁବକ ହେଲେ ଜଗତପୁର ଭୁବନପୁର ଗ୍ରାମର ଜୟୀରାମ ବାରିକଙ୍କ ପୁଅ ବଳରାମ ବାରିକ। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଶ୍ରୀରାମପୁର ଟୋଲ ଗେଟ ପାର୍ଶ୍ୱ ଏକ ନାଳରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ମୃତ ବଳରାମ ବୃତ୍ତିରେ ଟ୍ରକ ଡ୍ରାଇଭର ବୋଲି ଜଣାପଡିଛି। ୧୪ତାରିଖରେ ବଳରାମ ଟ୍ରକ ନେଇ ପାରାଦୀପ ଯିବା ସମୟରେ ଶ୍ରୀରାମପୁର ଗେଟ ନିକଟରେ ଅଟକିଥିଲେ। ସେଠାରେ କିଛି ଦୁର୍ବୁତ୍ତ ହାତଗୋଡ଼ ବାନ୍ଧି ତାଙ୍କୁ ହତ୍ୟା କରି ନାଳରେ ପିଙ୍ଗିଦେଇ ଗାଡି ଲୁଟି ନେଇଥିଲେ। ଡ୍ରାଇଭରଙ୍କ ସହ ଯୋଗାଯୋଗ ନହେବାରୁ ପରେ ଗାଡି ମାଲିକ ଜିପିଆରଏସ ସିଷ୍ଟମ ଜରିଆରେ ଆଠମଲ୍ଲିକ ଅଂଚଳରୁ ଗାଡିକୁ ଠାବ କରିଥିଲେ। ଗାଡିକୁ ଲୁଟ କରିଥିବା ଦୁର୍ବୁତ୍ତଙ୍କୁ ସେଠାରେ ଜେରା କରାଯିବା ପରେ ବଳରାମଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏନେଇ ବଡ଼ଚଣା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।