ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା

ଭଂଜନଗର(କେନ୍ୟୁଜ୍) : ଯୁବକଙ୍କୁ ନିର୍ମମ ହତ୍ୟା। ବଚସାରୁ ଗଲା ଜୀବନ। ମୃତ ଯୁବକ ଭଂଜନଗର କବିସୂର‌୍ୟ୍ୟନଗର ଥାନା ଖଇରପଲ୍ଲୀ ଗାଁର ଶୁକୁରୁ ନାହାକ। ସାମାନ୍ୟ ବଚସାକୁ କେନ୍ଦ୍ର କରି ଶୁକୁରୁଙ୍କୁ ତାଙ୍କ ୩ଜଣ ସାଙ୍ଗ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଶୁକୁରଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାୁଛରା କରୁଛି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି।