ଜମିବାଡି ଗଣ୍ଡଗୋଳ , ଗୁଳି କରି ଜଣଙ୍କୁ ହତ୍ୟା

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କାମେ ଗାଁରେ ଜମିବାଡିକୁ କେନ୍ଦ୍ର କରି ଗୁଳିକରି ହତ୍ୟା । ଗୁଳିକାଣ୍ଡରେ କାମେ ଗାଁର ରାମଚନ୍ଦ୍ର ପ୍ରଧାନୀଙ୍କ ମୃତ୍ୟୁ ହୋଥିବା ଜଣାପଡିଛି । ଗତକାଲି ସନ୍ଧ୍ୟା ସମୟରେ ରାମଚନ୍ଦ୍ରଙ୍କ ଭାଇ ନିନ୍ଦ ପ୍ରଧାନୀ କୁର୍ତାମଗଡରୁ ଗାଁକୁ ଫେରିବା ସମୟରେ ସେହି ଗାଁର ଗୋବିନ୍ଦ ଦଣ୍ଡସେନା ଓ ବକା ଦଣ୍ଡସେନା ଆକ୍ରମଣ କରିଥିଲେ ।

death  ନିନ୍ଦ ନିଜ ଭାଇ ରାମଚନ୍ଦ୍ରଙ୍କୁ ଡାକିଥିଲେ । ରାମଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ଗୋବିନ୍ଦ ରାଗିଯାଇ ନିଜର ଦେଶୀ ବନ୍ଧୁକରୁ ରାମଚନ୍ଦ୍ରଙ୍କୁ ଗୁଳିକରି ହତ୍ୟା କରିଥିଲା । ଘଟଣାପରେ ଗୋବିନ୍ଦ ଫେରାର ଥିବା ଜଣାପଡିଛି । ନିନ୍ଦ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।