ପରକୀୟା ପ୍ରୀତିର କରୁଣ ପରିଣତି: ସ୍ୱାମୀର କଟୁରୀ ଚୋଟରେ ପ୍ରେମିକ ମୃତ, ସ୍ତ୍ରୀ ଗୁରୁତର

କରଞ୍ଜିଆ : ପରକୀୟା ପ୍ରୀତିର କରୁଣ ପରିଣତି । ସ୍ୱାମୀର କଟୁରୀ ଚୋଟରେ ପ୍ରେମିକ ମୃତ, ସ୍ତ୍ରୀ ଗୁରୁତର । କରଞ୍ଜିଆ ଥାନା ଦୁଧିଆଣି ପଞ୍ଚାୟତ ବୁଢୀଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ଓ ପ୍ରେମିକ ଘରେ ଶୋଇଥିବା ବେଳେ ସ୍ୱାମୀ ଆକ୍ରମଣ କରିଥିଲା । ଏଥିରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ତ୍ରୀ ପାର୍ବତୀ ହେମ୍ବ୍ରମ ମେଡିକାଲରେ ଭର୍ତ୍ତି ହୋଇଛି ।

ମୃତକ ହେଲେ ସେହି ଗାଁର ଫୁଟେ ଦେହୁରୀ । ୩ବର୍ଷ ପୂର୍ବେ ବୁଢୀଗାଁର ରୁପା ହେମ୍ବ୍ରମ ପାର୍ବତୀଙ୍କୁ ବିବାହ କରିଥିଲା । ତେବେ ଦିନ ବେଳୋ ଘରେ କେହି ନଥିବାରୁ ସୁଯୋଗ ନେଇ ପ୍ରେମିକ ସହ ଫେରାର ହୋଇଯାଇଥିଲେ ପାର୍ବତୀ । ସେପଟେ ଖବର ପାଇ କରଞ୍ଜିଆ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ରୁପାକୁ ଗିରଫ କରିଛି । ତା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା କଟୁରୀକୁ ମଧ୍ୟ ଜବତ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.