ମହାକାଳପଡ଼ା ଘଣ୍ଟିଖାଲ ଗାଁରେ ପୂର୍ବ ଶତୃତାକୁ ନେଇ ଜଣଙ୍କୁ ହତ୍ୟା

ଚୌଦ୍ୱାର: ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ। ଚୌଦ୍ୱାର ଥାନା ମହାକାଳପଡ଼ା ଘଣ୍ଟିଖାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଗୋଲଖ ପ୍ରଧାନ। ଗୋଲଖ ନିଜ ଝିଅ ଘର ନିଧିପୁରରୁ ଫେରୁଥିବାବେଳେ ଘଣ୍ଟିଖାଲ ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖୁଣ୍ଟୁଣୀ ଓ ଚୌଦ୍ୱାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ହତ୍ୟାକାଣ୍ଡକୁ ନେଇ ଘଣ୍ଟିଖାଲ ଓ ନିଧିପୁର ଗାଁରେ ଉତ୍ତେଜନା ଦେଖାଦେଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇଟି ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।