ବିବାହ ଭୋଜିରେ କୌଣସି କଥାକୁ ନେଇ ବଚସା, ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ଯା

ସମ୍ବଲପୁର(କେନ୍ୟୁଜ): ବିବାହ ଭୋଜିରେ ହତ୍ୟାକାଣ୍ଡ। ବୁର୍ଲା ସଦେଇପାଲିସ୍ଥିତ କଲ୍ୟାଣ ମଣ୍ଡପରେ ହୋଇଛି ଏହି ହତ୍ୟାକାଣ୍ଡ। ଗତକାଲି ରାତିରେ ରୋହନ ମେହେର ଓ ସୁମିତ ଷଣ୍ଡ ନାମକ ଜଣେ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ଓ ପରେ ହତ୍ୟାକାଣ୍ଡ ହୋଇଥିଲା।

ଏଥିରେ ରୋହନ ରାଗିଯାଇ ସୁମିତଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସୁମିତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.