ୟୁନିଟ୍‌-୮ ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟଣା : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ଲେଡି ଡନ୍‌ ରଞ୍ଜୁ ନାୟକ ଗିରଫ। ଭୁବନେଶ୍ୱର ୟୁନିଟ୍‌-୮ ନାରାୟଣ ବସ୍ତିରେ ବ୍ରାଉନସୁଗର ବେପାରକୁ ନେଇ ପି.ସୁବ୍ରତ ରାଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ନାୟକ ଓ ସ୍ୱାମୀ କାହ୍ନା ଗିରଫ। ଗଞ୍ଜାମରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗତ ଶୁକ୍ରବାରଠୁ ଗଞ୍ଜାମରେ ଡେରା ପକାଇଥିଲା କ୍ୟାପିଟାଲ ପୋଲିସ। ଗତ ୯ ତାରିଖ ରାତିରେ ଲେଡି ଡନ ରଞ୍ଜୁ ନାୟକ ଓ ତା ସ୍ୱାମୀ ଏବଂ କିଛି ସହଯୋଗୀ ୩ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏଥିରେ ପି. ସୁବ୍ରତ ରାଓଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ଭୁବନେଶ୍ୱରର ୟୁନିଟ୍-୮ ନାରାୟଣ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସୂଚନା ଅନୁସାରେ, ନାରାୟଣ ବସ୍ତିରେ ଏକ ଦମ୍ପତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗାର ବିକୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୁବ୍ରତ ସମ୍ପୃକ୍ତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଲେଡି ଡନ୍, ତାଙ୍କ ସ୍ୱାମୀ ଓ କିଛି ସହଯୋଗୀ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.