ପୁରୀର ସୋଲ କାରିଗର ଜିତେନ୍ଦ୍ର ପୁରୋହିତଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌: ବନ୍ଧୁ ସାଜିଥିଲା ବଇରୀ ଓ କରିଥିଲା ହତ୍ୟା

ପୁରୀ(କେନ୍ୟୁଜ୍): ପୁରୀ ତିଆଡି ବଗିଚା ନିକଟ ସୋଲ କାରିଗର ଜିତେନ୍ଦ୍ର ପୁରୋହିତଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ । ମୁଖ୍ୟ ଅଭିଯୁକ୍ତ ଗେଡୁ ମୁଣ୍ଡି ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ଜବତ ହୋଇଛି । ଘଟଣାକୁ ରେଡ୍‌ ଫ୍ଲାଗ୍‌ କେସ୍‌ ଭାବେ ପୋଲିସ ଗୁରୁତର ସହ ନେଇଛି। ୩୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍‌ ।

ଏକଦା ଗେଡୁ ମୁଣ୍ଡି ଓ ଜିତେନ୍ଦ୍ର ପୁରୋହିତ ଭଲ ବନ୍ଧୁଥିଲେ । ଏକ ଏପରାଧ ଘଟଣାକୁ ନେଇ ବନ୍ଧୁରୁ ବଇରି ପାଲଟିଥିଲେ ଉଭୟ। ପୂର୍ବରୁ ଜିତେନ୍ଦ୍ରଙ୍କ ଘର ଉପରକୁ ବୋମମାଡ଼ ମଧ୍ୟ ହୋଇଥିଲା । ଗତ ୨୫ ତାରିଖରେ ଯୋଜନାବଦ୍ଧ ଭାବେ ଜିତେନ୍ଦ୍ରଙ୍କୁ ହତ୍ୟା କରି ୫ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୁରୀ ଏସ୍‌ପି କେ.ବିଶାଲ ସିଂହଙ୍କ ନେତୃତ୍ୱରେ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।.

Leave A Reply

Your email address will not be published.