ନାବାଳିକା ଗର୍ଭବତୀ ଝିଅକୁ ହତ୍ୟା ଘଟଣା: ବାପାମାଆଙ୍କୁ ଆଜୀବନ ଜେଲଦଣ୍ଡାଦେଶ

ଯାଜପୁର: ନାବାଳିକା ଗର୍ଭବତୀ ଝିଅକୁ ହତ୍ୟା ଘଟଣାରେ ବାପାମାଆଙ୍କୁ ଆଜୀବନ ଜେଲଦଣ୍ଡାଦେଶ। ସମ୍ବେଦନଶୀଳ ମାମଲାର ଶୁଣାଣି କରି ବାପାମାଆଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ସ୍ବତନ୍ତ୍ର ପୋକସୋ ଫାଷ୍ଟଟ୍ରାକ କୋର୍ଟ । ୩୦ଜଣଙ୍କ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ବାପା ଓ ମାଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ଆଉ ୬ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦୧୬ ମସିହାରେ ବିଞ୍ଝାରପୁର ଥାନା ଅଞ୍ଚଳରେ ୧୫ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ହତ୍ୟାକରି ନିଜ ଘର ପଛପଟେ ପୋଡି ଦେଇଥିଲେ ଜନ୍ମ କଲା ବାପାମାଆ । ପରେ ପ୍ରମାଣ ନଷ୍ଟ କରିବାକୁ ପାଉଁଶକୁ ଖରସ୍ରୋତା ନଦୀ ରେ ଭସାଇ ଦେଇଥିଲେ । ତେବେ ନାବାଳିକା ଝିଅ ନିସ୍ତୁକ ମାଡ଼ ବେଳେ ସେହି ରାସ୍ତାରେ ଯାଉଥିବା ମାତାଜି ଜେନା ନାମକ ମହିଳା ଝିଅର ଚିତ୍କାର ଶୁଣିଥିଲେ । ପର ଦିନ ଘରେ ଝିଅକୁ ନଦେଖି ମାତାଜି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ବାପା ନକୁଳ ଜେନା ଓ ମା ସଞ୍ଜୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

 

ଆହୁରି ପଢ଼ନ୍ତୁ :  କାଜୁ ତୋଳିବାକୁ ଯିବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୫ରୁ ଅଧିକ ଆହତ