ଜଗତସିଂହପୁର ପଟସରା ଗ୍ରାମରେ ନବବଧୂ ହତ୍ୟା ଅଭିଯୋଗ, ୬ ମାସ ତଳେ ହୋଇଥିଲା ବିବାହ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଟସରା ଗ୍ରାମରେ ଏକ ନବବଧୂ ହତ୍ୟା ଅଭିଯୋଗ । ପଟସରା ଗ୍ରାମର ନରେନ୍ଦ୍ର ବେହେରାଙ୍କ ପୁଅ ନଗେନ ବେହେରା ଜୋରକୁଳ ପାଟେନିଗାଁର ବିଶ୍ୱନାଥ ଜେନାଙ୍କ ଝିଅ ଇତିଶ୍ରୀ ଜେନାଙ୍କୁ ୬ ମାସ ତଳେ ବିବାହ କରିଥିଲେ । ନଗେନ କଟକର ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି । ନଗେନ ଘରେ ନ ଥିବା ଅବସ୍ଥାରେ ଇତିଶ୍ରୀଙ୍କର ମୃତଦେହ ବାଥରୁମରୁ ପୋଲିସ ଉଦ୍ଧାର କରିଛି।
ତେବେ ପ୍ରାଥମିକ ତଦନ୍ତରୁ ଏହା ଘରୋଇ କଳିରୁ ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଛି।