ହତ୍ୟା ନା ଆତ୍ମହତ୍ୟା ? ୭ ମାସ ତଳେ ବିବାହ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ, ଅଭିଯୋଗ ଆଣିଲେ ବାପ ଘର ଲୋକେ

ମାଲକାନଗିରି (କେନ୍ୟୁଜ): ୭ ମାସ ତଳେ ବିବାହ କରି ନୂତନ ଜୀବନ ଆରମ୍ଭ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ । ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶ୍ୱଶୁର ଘର ଲୋକେ ପାରିବାରିକ କଳହ ଯୋଗୁ ବୋହୁ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି । ସେପଟେ ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାଲକାନଗିରି ଜିଲ୍ଲା ଏମ୍‌ଭି-19ରେ ଘଟିଛି ଏହି ଘଟଣା ।

କାଲିମେଳା ଥାନା ଏମ୍‌ଭି-35 ଗାଁର ମନୋରଞ୍ଜନ ହାଲଦାରଙ୍କ ଝିଅ ବବିତା, ୭ ମାସ ତଳେ ଏମ୍‌ଭି-19 ଗାଁର ଯୁଗଳ ସାହାଙ୍କ ପୁଅ ବିଜୟଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଜ ସାମଥ୍ୟର୍ ଅନୁଯାୟୀ ମନୋରଞ୍ଜନ ଯୌତୁକ ଦେଇଥିଲେ ବି ଶ୍ୱଶୁର ଘର ଲୋକେ ଆହୁରି ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ନିର୍ଯ୍ୟାତନା ଦିନକୁ ଦିନ ବଢ଼ିବା ସହ ବବିତା ବାପ ଘରକୁ ବାରମ୍ବାର ଜଣାଇ ଆସୁଥିଲେ । ହେଲେ ଗତକାଲି ହଠାତ୍‌ ବବିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅପରପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.