ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ସାଲେବରଟ ଗାଁର ସ୍ୱାଦ ରଣା । ମୃତ ସ୍ୱାଦଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ସ୍ୱାଦଙ୍କ ସଂପର୍କୀୟ ଭାଇ ମାନେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ପାରିବାରିକ କଳହ ଓ ଜମିବାଡ଼ି କଥାକୁ କେନ୍ଦ୍ର କରି ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଗତକାଲି ସନ୍ଧ୍ୟା ସମୟରେ ଦୁଇ ଜଣ ସଂପର୍କୀୟ ଭାଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ସିନ୍ଧେକେଲା ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ ଜାରି ରଖିବା ସହ ଦୁଇ ଭାଇଙ୍କୁ ଅଟକ ରଖିଛି।

ସେହିପରି ଆଜି ଭୁବନେଶ୍ୱରରେ ମଧ୍ଯ ହତ୍ୟାକାଣ୍ଡ ଘଟିଛି ।  ଭୁବନେଶ୍ବର ତମାଣ୍ଡୋରେ ଏକ ଘରୋଇ କଲେଜ ନିକଟରେ ହତ୍ୟାକାଣ୍ଡ ହୋଇଛି । ଘର ମାଲିକଙ୍କୁ ହତ୍ୟା କରିଛି ଭଡ଼ାଟିଆ । ରାସ୍ତା କଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ପୋଲିସ । ମୃତ ଘର ମାଲିକ ସୁଶାନ୍ତ ଶତପଥୀ । ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

You might also like