ବଲାଙ୍ଗିର ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ମାରପିଟ, ଜଣେ ମୃତ

ବଲାଙ୍ଗିର(କେନ୍ୟୁଜ): ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ମାରପିଟ । ଜଣେ ମୃତ । ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ମୃତକ ହେଲେ ସନ୍ତୋଷ ଧାରୁଆ । ଗୁରୁତର ଅବସ୍ଥାରେ ସନ୍ତୋଷକୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

ଜମି ବିବାଦକୁ ଦୁଇ ପରିବାର ମଧ୍ୟରେ ଝଗଡା ହୋଇଥିଲା । ସନ୍ତୋଷ ଧାରୁଆ ଓ ତାଙ୍କ ପୁଅ ନବୀନ ଧାରୁଆ ନିଜ ଜମିରେ ଥିବା ସମୟରେ ହଠାତ ତାଙ୍କ ସମ୍ପର୍କୀୟ ଭାଇ ପହଞ୍ଚି ଅତର୍କିତ ଭାବେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.