ଟାଙ୍ଗିଆ ଚୋଟରେ ଯୁବକଙ୍କୁ ନିର୍ମମ ହତ୍ୟା

କୋଦଳା (କେନ୍ଯୁଜ୍) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଇରପଲ୍ଲୀ ଗ୍ରାମର ମୁଖ୍ୟ ସଡ଼କ ଉପରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ଏହି ହତ୍ୟାକାଣ୍ଡରେ ଖଇରପଲ୍ଲୀ ଗ୍ରାମର ଶୁକ୍ରିଆ ନାହାକର ମୁର୍ତ୍ୟୁ ଘଟିଥିବା ବେଳେ ତାଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି l ତେବେ ମଦ ପିଇବା ପରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି l
ହତ୍ୟାକାଣ୍ଡରେ ଦୁଇ ଜଣ ସମ୍ପୃକ୍ତି ଥିବା ନେଇ ପୋଲିସ ଜାଣିପାରିଥିବା ବେଳେ ଜଣେ ଅଭିଯୁକ୍ତ ସନ୍ତୋଷ ଦାସକୁ ପୋଲିସ ଧରିବାରେ ସକ୍ଷମ ହୋଇଛି ତେବେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ କାଳିଆ ନାହାକକୁ ଆଜି ସକାଳୁ କବିସୂର୍ଯ୍ୟନଗର ପୋଲିସ ଗିରଫ କରିଛି l ପୁରୁଷୋତ୍ତମପୁର ଏସଡିପିଓ ଅଶ୍ୱିନୀ ସାହୁ ଓ ଥାନା ଅଧିକାରୀ ତପନ କୁମାର ପତି ଘଟଣାର ଫର୍ଦ୍ଧାଫାସ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l