ମୁର୍ଶିଦାବାଦ ହିଂସା ଘଟଣା, ଝାରସୁଗୁଡ଼ାରୁ ମୁଖ୍ୟ ଅଭିଯୁକ୍ତର ଦୁଇ ପୁଅଙ୍କ ସହ ୮ ଗିରଫ

ମୁର୍ଶିଦାବାଦ ହିଂସା ଘଟଣାରେ ଝାରସୁଗୁଡ଼ାରେ ୮ ଗିରଫ । ହିଂସାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତର ଦୁଇ ପୁଅଙ୍କୁ ଗିରଫ କରାଯାଇଛି । ଦୁଇ ଜଣଙ୍କୁ ସହାୟତା କରିଥିବା ୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନେଇ ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲଙ୍କ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଆଜି ଝାରସୁଗୁଡ଼ାରେ ପହଞ୍ଚିଥିଲା ପଶ୍ଚିମବଙ୍ଗ STF ଟିମ୍। ତେବେ ସଂଶୋଧିତ ୱାକଫ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ମୁର୍ଶିଦାବାଦର ବିଭିନ୍ନ ସ୍ଥାନରେ ଦଙ୍ଗା କରିଥିଲେ ସ୍ଥାନୀୟ ଲୋକ।