ରାଜ୍ୟ

ଏସସିବି ଆଇସିୟୁରେ ମ୍ୟୁଜିକ୍ ଥେରାପି, ଭକ୍ତି ଆରାଧନାର ବାଜିବ ଧୂନ୍

କଟକ(କେନ୍ୟୁଜ୍): ଆଇସିୟୁରେ ମ୍ୟୁଜିକ । କଟକ ଏସସିବି ବଡ଼ ମେଡିକାଲର ସମସ୍ତ ଆସିଇୟୁରେ ଉପଲବ୍ଧ ହେବ ମ୍ୟୁଜିକ ସିଷ୍ଟମ। ଏକଦମ ସ୍ଲୋ-ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିଜ ଅହରାତ୍ର ଆଇସିୟୁରେ ବାଜିବ।  ଯାହାଦ୍ୱାରା ରୋଗୀ ମଧ୍ୟ ସୁସ୍ଥ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇପାରେ। ତେବେ ଗତକାଲି ବସିଥିବା ସ୍ଵାସ୍ଥ୍ୟ ବିକାଶ ସମିତିରେ ଏହା ନିସ୍ପତି ହୋଇଛି। ତେବେ ବର୍ତ୍ତମାନ ଏହି ଦିଗରେ ଯୋଜନା କରାଯାଇଛି। ଟେଣ୍ଡର ଆଧାରରେ ଏହାକୁ କରାଯିବ।

ପ୍ରତିଦିନ କଟକ ବଡ଼ ମେଡିକାଲ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ସ୍ବାସ୍ଥ୍ୟ ଦିଗରେ ବେଶ ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଗମୀ ଦିନରେ ଲିଗିବାକୁ ଥିବା ମ୍ୟୁଜିକ ସିଷ୍ଟମ ନିଶ୍ଚୟ ସ୍ବାସ୍ଥ୍ୟ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି  । ବର୍ତ୍ତମାନ ସବୁ ବିଭାଗରେ ମୋଟ ୨୧୦ରୁ ଉର୍ଦ୍ଧ୍ବ ଆଇସିୟୁ ବଡ଼ ମେଡିକାଲରେ ରହିଛି। ପ୍ରତିଦିନ ଏହି ସମସ୍ତ ଆଇସିୟୁ ଏକ ପ୍ରକାର ପ୍ୟାକ ରହୁଛି ଆଉ ରୋଗୀ ସେବା ମଧ୍ୟ ସଠିକ ଡ଼ଙ୍ଗରେ ଜାରି ରହୁଛି । ତେବେ ରୋଗୀ ମାନଙ୍କ ଚିକିତ୍ସା ଦିଗରେ ଯଦି ମ୍ୟୁଜିକକୁ  ଆଡ୍ କରାଯିବ ତେବେ ରୋଗୀଟିଏ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ପାରିବ ।

ବର୍ତ୍ତମାନ ଆସିସୟୁରେ ମ୍ୟୁଜିକ ବ୍ୟବସ୍ଥା ବେଶ ସ୍ୱାଗତଯୋଗ୍ୟ ଓ ଗ୍ରହଣୀୟ ବୋଲି ମତପ୍ରକାଶ କରିଛନ୍ତି କଟକବାସୀ। ଏହା ସହ ଏସିବି ମେଡିକାଲ ପରିସରକୁ ସଫା ସୁତରା ରଖିବା, ଏଣେ ତେଣେ ପାନ ଛେପ ନ ପକାଇବା ପାଇଁ ସଚେତନତା କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ। ସମାନ ଭାବେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ବହୁତ ଦିନ ହେବ ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିକ ବାଜୁଥିବାର ଖବର ରହିଛି।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago