ରାଜ୍ୟ

ଅସମୟରେ ପରସ୍ପରକୁ ସାହାଯ୍ୟ କରିବା ଶିଖେଇଛି କରୋନା, ଆଖଣ୍ଡଳମଣି ମନ୍ଦିରର ପ୍ରସାଦ ଗ୍ରହଣ କରୁଛନ୍ତି ୨୭ ଜଣ ମୁସଲମାନ ପରିବାର

ନବରଙ୍ଗପୁର (କେ ନ୍ୟୁଜ୍) ; ଭୋକ କି ଜାଣେ ଜାତି ଧର୍ମ । କରୋନା ଭାଇରସ ଆସି ଆଜି ଏ ମଣିଷ ସମାଜକୁ ବହୁତ କିଛି ଶିକ୍ଷା ଦେଇଛି । ଅସମୟରେ ପରସ୍ପରକୁ ସାହାଯ୍ୟ କରିବା ଶିଖେଇଛି ଏଇ କରୋନା । ସବୁଠାରୁ ବଡ଼ କଥା ହେଲା ଭାଇଚାରା ବଢ଼େଇ ଦେଇଛି କରୋନା । ଜାତି ଧର୍ମକୁ ନେଇ ନିଜ ନିଜ ଭିତରେ ଥିବା କ୍ରୋଧ ଘୃଣାକୁ ଭୁଲି ଯାଇଛି ମଣିଷ । ଭୋକିଲା ପେଟକୁ ଦାନା ଟିକିଏ ଦେବା ପାଇଁ ଆଜି ହିନ୍ଦୁ ,ମୁସଲିମ ,ଶିଖ ,ଇସାଇ ସମସ୍ତେ ଏକ ହେଇଯାଇଛନ୍ତି। ସମସ୍ତେ ନିଜ ଧର୍ମ ଭୁଲି ଗୋଟିଏ ଜାତି ଗୋଟିଏ ଧର୍ମକୁ ଅନୁସରଣ କରୁଛନ୍ତି ତାହା ହଉଛି ମଣିଷ ଜାତି ଆଉ ମାନବିକତା ଧର୍ମ ।

ସୁଦୂର ପଶ୍ଚିମବଙ୍ଗ ରାଜ୍ୟର ମୁର୍ସିଦାବାଦ ଜିଲ୍ଲା ଅନ୍ତର୍ଗତ ଗଙ୍ଗଧରି ଗାଁ ର ୨୭ ଜଣ ଫେରିଵାଲା ନିଜ ପେଟ ପାଟଣା ପାଇଁ ନବରଙ୍ଗପୁର ସହରକୁ ଆସିଥିଲେ । ସ୍ଥାନୀୟ ଭାଟିସାଲଗୁଡା ଅଞ୍ଚଳରେ ଘର ଭଡା ନେଇ ଏମାନେ ରହିଥିଲେ । ଗାଁ ଗାଁ ବୁଲି ଚଦର, ବେଡ଼ସିଟ, ପଟି ,ବିଭିନ୍ନ ସାମଗ୍ରୀ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ହଠାତ୍ କିଛି ଦିନ ପରେ ଲକଡାଉନ ଘୋଷଣା ହେଇଗଲା । ରୋଜଗାର ବନ୍ଦ ହେଇଗଲା ପରେ  ପାଖରେ ଥିବା ଟଙ୍କାରେ କିଛି ଦିନ ଚଳିବା ପରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ଏଇ ୨୭ ଫେରିବାଲା ମାନଙ୍କୁ ।

ଏଇ ଖବରଟି ପାଇବା ପରେ ବାବା ଆଖଣ୍ଡଳମଣି ସେବାୟତ, ଆମେ ନବରଙ୍ଗପୁରିୟା ଗ୍ରୁପ ଏବଂ ମା ଭଣ୍ଡାରଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ରର ସଦସ୍ୟ ମାନେ ନବରଙ୍ଗପୁର ଏସପି ନିତିନ କୁସଲକରଙ୍କ ନିକଟରେ ଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରିବାର ଅନୁମତି ପାଇଁ ଅନୁରୋଧ କରିଥିଲେ । ଏସପି ଅନୁରୋଧ ଗ୍ରହଣ କରି ଅନୁମତି ଦେବାସହ ପୌରଧିକାରୀଙ୍କ ସହ ଯୋଗାଯୋଗ କରି ଖାଦ୍ୟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।

ପୌରଧିକାରୀ ଵିନୟ କୁମାର ପଟେଲ ମଧ୍ୟ ଏଇ ଅନୁଷ୍ଠାନ ମାନଙ୍କର ଉତ୍ସାହ ଆଉ ଅନୁରୋଧ ଦେଖି ଭାଟିସାଲଗୁଡା ଅଂଚଳର ଏଇ ଫେରିବାଲାଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ଅନୁମତି ଦେଇଥିଲେ । ଏଇ ଅନୁଷ୍ଠାନଗୁଡିକ ପକ୍ଷରୁ ବାବା ଆଖଣ୍ଡଳମଣୀ ମନ୍ଦିରରେ ପ୍ରତ୍ୟେକ ଦିନ ୧୫୦ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ଭୋଗ । ଆଉ ମହାଦେବଙ୍କ ପ୍ରସାଦକୁ ଖୁସିରେ ଗ୍ରହଣ କରୁଛନ୍ତି ୨୭ ମୁସଲମାନ ଭାଇ । ମନ୍ଦିର ପ୍ରସାଦ ଜଣେ ଭୋକିଲା ଲୋକର ଭୋକ ପୁରା କରୁଛି ଏଇଟା ହିଁ ପ୍ରକୃତ ଭଗବାନଙ୍କ ପୂଜା ବୋଲି କହିଛନ୍ତି ଆଖଣ୍ଡଳ ମଣୀ ମନ୍ଦିରର ମୁଖ୍ୟ ପୂଜକ ବାବୁଲା ତ୍ରିପାଠୀ । ଏଇ ମହତ କାର୍ଯ୍ୟପାଇଁ ସହରର ସମସ୍ତ ଅନୁଷ୍ଠାନ ଗୁଡିକ ପକ୍ଷରୁ ଏଇ ତିନି ଅନୁଷ୍ଠାନକୁ ପ୍ରଶଂସା କରାଯାଇଛି।

Swagatika

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 seconds ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

3 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

7 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

20 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

36 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago