ଜଗା ପ୍ରେମରେ ବନ୍ଧା ଭିନ୍ନ ଜଣେ ସାଲବେଗ ଶାମ ଚାଚା, ତାଙ୍କ ହୃଦୟରେ ବିରାଜମାନ କଳାଶ୍ରୀମୁଖ

ସାଲେପୁର(କେନ୍ଯୁଜ୍): ଏଇ ଦୁନିଆଁରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ସାମ୍ନାରେ ଆମର ମଥା ଆପେ ଆପେ ନଇଁଯାଏ। ଆଉ ସେମିତି ଏକ ମଣିଷଟିଏ ହେଉଛନ୍ତି କଟକ ଜିଲ୍ଲା କିଶୋର ନଗର ସାମନ୍ତରାପୁର ଅଞ୍ଚଳର ଏହି ଶ୍ଯାମ୍ ଚାଚା। ଖାଲି ନାଁ ନୁହେଁ ତାଙ୍କ ହୃଦୟଟି ବି ଜଗନ୍ନାଥଙ୍କ ପ୍ରେମରେ ବନ୍ଧା।

shyamଜଣେ ଦୃଷ୍ଟିହୀନ ହୋଇ ମଧ୍ୟ ତାଙ୍କର ପ୍ରଥମ ପୃଷ୍ଠଭୂମି ହେଉଛି “ଜଗନ୍ନାଥ ସାଂସ୍କୃତିକ ଭଜନ ” । ଏଭଳି ଜଣେ ମୁସଲମାନ ସାଲବେଗ ଆଜି ଆମ ସମସ୍ତଙ୍କ ଆଖିରୁ ଅନ୍ଧ ପୁଟୁଳୀ ଖୋଲି ଦେଇଛନ୍ତି । ସେ ଏକାଧାରରେ ଜଣେ କବି,ଲେଖକ, ବାଦକ। ଏହା ବ୍ଯତିତ ସେ ଜଣେ ମଧ୍ୟ ଇଲେକ୍ଟ୍ରି ମେକାନିକ୍। ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହୋଇଯିବେ ଯେ ଜଣେ ଦୃଷ୍ଟିହୀନ ହୋଇବି ସେ ର୍ନିଭୁଲ ଭାବରେ ବେତାର ଯନ୍ତ୍ର ଭଳି ଅନେକ ଜିନିଷ ମରାମତି କାର୍ଯ୍ଯ କରିପାରନ୍ତି ।

shyam cha chaଶ୍ଯାମ୍ ଚାଚା ପିଲାଟି ଦିନରୁ ଦୃଷ୍ଟିହୀନ। ୧୯୩୪ ମସିହାରେ କଳା ବିକାଶ କେନ୍ଦ୍ରରେ ଅଧ୍ୟୟନ କରୁଥିଲେ । ମାତ୍ର ଅର୍ଥ ଅଭାବ ଯୋଗୁ କିଛି ଦିନ ରହିବାପରେ ନିଜ ଗାଁକୁ ଫେରି ଆସିଥିଲେ । ସେହି ସମୟରେ ଭଜନ ସମ୍ରାଟ ଭିକାରି ବଳଙ୍କ ସଂସ୍ପର୍ସରେ ଆସି ଜଗନ୍ନାଥଙ୍କ ଭଜନ ଜଣାଣ ପ୍ରତି ଆଗ୍ରହ ବଢ଼ିଥିଲା ତାଙ୍କର, ଏବଂ ସେହି ଦିନ ଠାରୁ ଆଉ ପଛକୁ ଫେରିନାହାନ୍ତି ଶ୍ଯାମ୍ ଚାଚା ।

mechanicହେଲେ ସମୟ କେତେବେଳେ ଯେ ତାଙ୍କୁ ବାର୍ଧକ୍ଯ ଅବସ୍ଥାରେ ପହଞ୍ଚାଇଦେଲା ତାହା ଜାଣିପାରିନଥିଲେ “ଶ୍ଯାମ୍ ଚାଚା” । ଏବେ ମୁଣ୍ଡରେ ବୋଝ ବୋହି କେମିତି ପରିବାର ଚଳାଇବେ ତାହା ବର୍ତ୍ତମାନ ତାଙ୍କ ପାଇଁ ଚିନ୍ତାର କାରଣ। ପାଖରେ ଅବିବାହିତ ଝିଅ ସହିତ ସ୍ତ୍ରୀ ଓ ପୁଅ କୁ ନେଇ ଏହି ଛୋଟ ପରିବାର। ପୂର୍ବରୁ କିଛି କିଛି ବେତାର କାମ କରି ଦୁଃଖ ସୁଖେ ଘର ଚଳିଯାଉଥିଲା । ଏବେ ଆଉ କିଛି କରିବା ପାଇଁ ଆଉ ବଳ ପାଉନି । ଚାଚା ସରକାରଙ୍କ ନିକଟରେ ପୂର୍ବରୁ ଅନେକ ଥର ଗୁହାରି କରିଛନ୍ତି କିନ୍ତୁ କେହି ଶୁଣୁନାହାନ୍ତି ତାଙ୍କର କଥା । ଏବେ ପୁଣି ସେ ପ୍ରଶାସନ ନିକଟରେ କୋହଭରା କଣ୍ଠରେ ଗୁହାରି କରିଛନ୍ତି । ସରକାର ଯଦି ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ଗ୍ରୁହ ଓ ଭତା ଯୋଗାଇ ଦିଅନ୍ତେ ତେବେ ଆଗାମୀ ଦିନରେ ସେ ଆର୍ଥିକ କଷ୍ଟରୁ ବଞ୍ଚିତ ହୋଇ ପାରନ୍ତେ।

ସାଲେପୁରରୁ ସୁଭାଶିଷ ବସନ୍ତରାୟଙ୍କ ରିପୋର୍ଟ, କେନ୍ଯୁଜ୍

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.