ମୁସଲିମ୍ ସମାଜ ପକ୍ଷରୁ ପହଲଗାମ୍ ମୃତକଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ଜଳେଶ୍ୱର: ପାକିସ୍ତାନ ମୁର୍ଦାବାଦ୍.. ଆତଙ୍କବାଦ ମୁର୍ଦାବାଦ୍… ହିନ୍ଦୁସ୍ଥାନ ଜିନ୍ଦାବାଦ୍ ଏଭଳି ନାରା ଦେଇ ଚାଲିଥାଏ ମୁସଲିମ ସମ୍ପ୍ରଦାୟର ଶୋଭାଯାତ୍ରା । ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ମହମବତୀ ଶୋଭାଯାତ୍ରା କଲେ ଜଳେଶ୍ୱର ମୁସଲିମ ସମାଜ । ପାକିସ୍ଥାନ ପ୍ରାୟୋଜିତ ଜିହାଦି ଆକ୍ରମଣକାରୀଙ୍କ ଦ୍ୱାରା ଜମ୍ମୁକାଶ୍ମୀର ଗସ୍ତରେ ଥିବା ପର୍ଯ୍ୟଟକଙ୍କ ନର ସଂହାର ସାରା ବିଶ୍ୱକୁ ଚକିତ କରିଦେଇଛି । ଏଭଳି ବର୍ବର କାଣ୍ଡ ବିରୁଦ୍ଧରେ ସମଗ୍ର ଦେଶରେ ଆକ୍ରୋଶ ଭାବ ବଢିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ଜମ୍ମୁ-କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଆକ୍ରମଣକାରୀ । ଯାହାକୁ ନେଇ ସାରା ଦେଶରେ ଲୋକଙ୍କ କ୍ରୋଧ ଥମିବାର ନାଁ ନେଉନାହିଁ । ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ଏହାରି ଭିତରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ମୁସଲିମ ସମାଜ ପକ୍ଷରୁ ମଧ୍ୟ ଏହି ଆକ୍ରମଣକୁ ଘୋର ନିନ୍ଦା କରାଯାଇଛି ।

ଜିହାଦି ପାକିସ୍ତାନୀ ଆକ୍ରମଣକାରୀଙ୍କ ଦ୍ଵାରା ନିର୍ମମ ହତ୍ୟା ପ୍ରତିବାଦରେ ଜଳେଶ୍ଵର ମୁସଲିମ ସମାଜ ତରଫରୁ ଏହି ଆକ୍ରମଣରେ ଶହୀଦ ହୋଇଥିବା ଲୋକମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହା ସହ ଜଳେଶ୍ବର ମ୍ୟୁନିସିପାଲଟି ଶାସନବାଡ଼ ୱାର୍ଡ଼ ନମ୍ବର- ୭ ମସଜିଦ ନିକଟରୁ ଏକ ବିଶାଳ ମହମବତୀ ଶୋଭଯାତ୍ରା ବାହାରି ଜଳେଶ୍ଵର ଷ୍ଟେସନ ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭଯାତ୍ରାରେ କାଉନସିଲର ମୀର ଆବାସ ଅଲ୍ଲୀଙ୍କ ସମେତ ଶତାଧିକ ମୁସଲିମ ସମାଜର ଲୋକେ ଯୋଗ ଦେଇଥିଲେ । ଯାହା ଆମକୁ ହିନ୍ଦୁ-ମୁସଲମାନଙ୍କ ଏକତାର ବାର୍ତ୍ତା ଦେଇଥାଏ ।

Also read: ଆଜି ସରୁଛି ଡେଡ ଲାଇନ, ଦେଶ ଛାଡିବାକୁ ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ୍