ହିନ୍ଦୁ ରୀତିନୀତିରେ ବାହା କରି କନ୍ୟାଦାନ କଲେ ମୁସଲମାନ

କେନ୍ଦ୍ରାପଡା (କେନ୍ୟୁଜ): ବର, କନ୍ୟା ବେଦିରେ ବସିଛନ୍ତି । ମନ୍ତ୍ର ପାଠ କରୁଛନ୍ତି ବ୍ରାହ୍ମଣ । କରୋନା ସଚେତନତା ସହ ମାସ୍କ ପିନ୍ଧି ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଚାଲିଛି ବାହାଘର । କେନ୍ଦ୍ରାପଡ଼ାର ରେସୱା ସ୍ୱାଧାର ଗୃହରେ ଚାଲିଛି ଏହି ବାହାଘର । ହାତଗଣ୍ଠି ପରେ ସମୟ ଆସିଛି କନ୍ୟା ଦାନର। ଆଉ ଏଠାରେ କନ୍ୟାଦାନ କରୁଛନ୍ତି, ସ୍ୱଧାର ଗୃହର ପରିଚାଳକ ସଦସ୍ୟ ଲିଆକତ ଅଲ୍ଲି।

ଗତବର୍ଷ ଏହି ବରକନ୍ୟା ଘରୁ ଫେରାର ହୋଇଆସିଥିଲେ। ଝିଅ ନାବାଳିକା ଥିବାରୁ ଥାନାରେ ହୋଇଥିଲା ମାମଲା। ଏହା ପରେ ପ୍ରେମିଯୁଗଳ ଥାନାରେ ଆତ୍ମସମର୍ପଣ କରିଥିଲେ। CWCର ନିର୍ଦ୍ଦେଶରେ ନାବାଳିକା ଗାୟତ୍ରି ବେହେରା ସ୍ୱଧାର ଗୃହରେ ରହିଥିଲେ। ଆଉ ଏବେ ଗାୟତ୍ରୀଙ୍କୁ ୧୮ ବର୍ଷ ପୂରିବା ପରେ ବି ପରିବାର ଲୋକ ବାହାଘର ପାଇଁ ରାଜି ନହେବାରୁ ସ୍ୱଧାର ଗୃହ ତରଫରୁ ବିବାହର ଆୟୋଜନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.