ଜଘନ୍ଯ ହତ୍ଯାକାଣ୍ଡ: ଗଳାକାଟି ମହିଳାଙ୍କୁ ହତ୍ଯା, ମୁମୂର୍ଷୁ ଅବସ୍ଥାରେ ପାଖରେ ପଡିଥିବା ୪ ବର୍ଷର ଶିଶୁପୁତ୍ର ଉଦ୍ଧାର

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୂ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମ ନିକଟରେ ଜଘନ୍ଯ ହତ୍ଯାକାଣ୍ଡ। ଜଣେ ମହିଳାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ଯା କରିଥିବା ସହ, ଏକ ୪ ବର୍ଷର ଶିଶୁପୁତ୍ରର ମୁଣ୍ଡକୁ ଛେଚି ପିଙ୍ଗି ଦେଇଥିବା ଜଣାପଡିଛି ।

ତେବେ ମୁମୂର୍ଷୁ ଅବସ୍ଥାରେ ଶିଶୁ ପୁତ୍ରଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦ୍ରାପଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ହତ୍ୟାକାଣ୍ଡ ସ୍ଥଳରେ ହାତ ଗ୍ଲୋବସ୍, ମଦ ବୋତଲ, ମଙ୍ଗଳସୁତ୍ର ପଡିଥିବା ଦେଖିବାକୁ ମିଳିଛି ।

ତେବେ ମୃତ ମହିଳାଙ୍କ ଏଯାଏ କୌଣସି ପରିଚୟ ମିଳିପାରିନଥିବା ବେଳେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ପୋଲିସ୍ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.