ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ ତନାଘନା, ସ୍ବାମୀ ଓ ଦେଢଶୂର ଅଟକ

ଭୁବନେଶ୍ୱର : ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣାରେ ତନାଘନା । ଥାନାରେ ସ୍ବାମୀ ଓ ଦେଢଶୂର ଅଟକ । ଭୁବନେଶ୍ବର GRP ଥାନାରେ ଉଭୟଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ପଚାଉଚରା ଚାଲିଛି । ପରିବାର ଲୋକଙ୍କ ଅଭିଯୋଗରେ ଆଧାର କରି ଅଧିକ ତଦନ୍ତ କରୁଛି GRP ଥାନା ପୋଲିସ ।
ଗତକାଲି ଲାଇଭ ଭିଡିଓ କରି ଟ୍ରେନଲାଇନକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା । ବାପୁଜୀନଗର ରେଳ ଧାରଣାରୁ ସାମ୍ବାଦିକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ସାମ୍ବାଦିକା ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ୪ ମାସ ତଳେ ବିବାହ କରିଥିଲେ ମଧୁମିତା । ମଧୁମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଦୁଇ ଦିନ ତଳେ ଫିନାଇଲ ପିଇଦେଇଥିଲେ ମଧୁମିତା ।
ସେପଟେ ମୃତ୍ୟୁ ପୂର୍ବରୁ ସାମ୍ବାଦିକାଙ୍କ ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ଜରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ । କ୍ୟାପିଟାଲ ଥାନା ଓ ଜିଆରପି ଘଟଣାର ତଦନ୍ତ ଜାରି ରଖିଛନ୍ତି ।