ପଞ୍ଚଲିଙ୍ଗେଶ୍ବର କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର

ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନ କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଛି  । ଶବଟି ସ୍ଥାନୀୟ କେନ୍ଦୁନାଳ ଗ୍ରାମର ମାଧ ସିଂ (୫୭) ବୋଲି ଜଣାପଡିଛି  ।  ଗତ ଜାଗର ଦିନ ଠାରୁ ଘରୁ ରାଗି ମାଧ ଚାଲିଆସିଥିବା ବେଳେ ଘର ଲୋକ ଅନେକ ଖୋଜା ଖୋଜି ଜାରିରଖିଥିଲେ ।

ନୀଳଗିରି : ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନ କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଛି  । ଶବଟି ସ୍ଥାନୀୟ କେନ୍ଦୁନାଳ ଗ୍ରାମର ମାଧ ସିଂ (୫୭) ବୋଲି ଜଣାପଡିଛି  ।  ଗତ ଜାଗର ଦିନ ଠାରୁ ଘରୁ ରାଗି ମାଧ ଚାଲିଆସିଥିବା ବେଳେ ଘର ଲୋକ ଅନେକ ଖୋଜା ଖୋଜି ଜାରିରଖିଥିଲେ । ଆଜି କିଛି ଲୋକେ ଶୁଖିଲା କାଠ ଓ ଶାଗ ଆଣିବାକୁ ଯାଇ ତାଙ୍କ ଗଳିତ ଶବ ଦେଖି ଗାଁରେ ଅବଗତ କରିଥିଲେ ।

ପରେ ସାନ ଭାଇ ହଳଧର ସିଂ ଘଟଣା ସ୍ଥଳକୁ ଯାଇ ଭାଇଙ୍କ ବଳା, ଲୁଙ୍ଗି ଓ ପିନ୍ଧିଥିବା ଗଞ୍ଜିକୁ ଦେଖି ଶବ ଚିହ୍ନଟ କରିଥିଲେ ।  ପରେ ଗାଁ ଲୋକଙ୍କ ସହାୟତାରେ ଗଳିତ ଶବକୁ ଅନ୍ତିମ ଶତ୍କାର ପାଇଁ ନେଇଥିଲେ। ଘଟଣାସ୍ଥଳରୁ ମିଳିଥିବା ବିଶ ଡବାକୁ ଦେଖି ବିଶ ଖାଇ ମାଧ ଜୀବନ ହାରିଥିବା ଅନୁମାନ କରାଯାଉଛି ।

 

You might also like