ବାକିରେ ମାଂସ କିଣିବା ହେଲା କାଳ, ଟଙ୍କା ନ ଦେବାରୁ ବାଡେଇ ବାଡେଇ ହତ୍ୟା କଲେ ବେପାରୀ

ରାଉରକେଲା(କେ ନ୍ୟୁଜ): ବାକିରେ ମାଂସ କିଣିବା ହେଲା କାଳ ଶେଷରେ ନେଲା ଜୀବନ। ମାଂସ କିଣାକୁ କେନ୍ଦ୍ର କରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ତଥା RSP କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ବଳକା ଟଙ୍କା ନ ଦେବାରୁ ବାଡେଇ ବଡେଇ ମାରିଦେଲା ମାଂସ ବେପାରୀ। ରାଉରକେଲା ବନ୍ଧମୁଣ୍ଡା ଥାନା ତିକକାନଗରରେ ଘଟିଛି ଏହି ହତ୍ୟାକାଣ୍ଡ। ଅଭିଯୋଗ ଅନୁଯାୟୀ, ପଦ୍ମଲୋଚନ ମାଂସାବେପାରୀ ଦେବାଶିଷଙ୍କ ଠାରୁ ବାକିରେ ମାଂସ କିଣିଥିଲେ ।

କିନ୍ତୁ ଯେତେ ମାଗିଥିଲେ ମଧ୍ୟ ଟଙ୍କା ଫେରାଇ ନଥିଲେ । ବାକି ଟଙ୍କା ମାଗିବାକୁ ଯାଇ ଦେବାଶିଷ ପଦ୍ମଲୋଚନଙ୍କୁ ଘରୁ ଘୋଷାଡି ଆଣି ଖୁଣ୍ଟରେ ପିଟି ବାଡେଇବାକୁ ଲାଗିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 

 

Leave A Reply

Your email address will not be published.