ମିଶିଲା ମନ ! ହ୍ୟୁମାନଙ୍କ ଘରକୁ ଯିବାକୁ ରାଜି ହେଲେ ଶ୍ରୀୟା

କଟକ(କେନ୍ୟୁଜ୍): ତୁଟିଲା ହ୍ୟୁମାନ-ଶ୍ରୀୟା ବିବାଦ ମାମଲା। ମହିଳା ଥାନାରେ ପାରିବାରିକ ମାମଲାର ସମାଧାନ। ମନୋମାଳିନ୍ୟର ହେଲା ଅନ୍ତ। ପାରିବାରିକ ବିବାଦ ମାମଲାରେ ଆଜି କଟକ ମହିଳା ଥାନାରେ ହାଜର ହୋଇଥିଲେ ସିଙ୍ଗର କପଲ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର। ମହିଳା ଥାନା ଓ ଏସିପିଙ୍କ ଉପସ୍ଥିତିରେ ସେମାନଙ୍କ ଆପୋଷ ବୁଝାମଣା କରାଯାଇଥିଲା।

ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପରେ ବିବାଦର ସମାଧାନ ହୋଇଥିବା କହିଛନ୍ତି ହ୍ୟୁମାନ ସାଗର। ଏଣିକି ସେମାନେ ଏକାଠି ରହିବେ ବୋଲି କହିଛନ୍ତି। ମାସକ ପରେ ହ୍ୟୁମାନଙ୍କ ଘରକୁ ଫେରିବେ ଶ୍ରୀୟା। ହ୍ୟୁମାନଙ୍କ ଘରକିୁ ଆସିବା ପୂର୍ବରୁ ମହିଳା ଥାନାକୁ ଜଣାଇବେ। ଉଭୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାର ସମାଧାନ ହୋଇଥିବା କହିଛନ୍ତି ଶ୍ରୀୟା। ଆଗକୁ ଆଉ ଏଭଳି ଘଟଣା ପୁନର୍ବାର ନହେବ ତା ଉପରେ ଉଭୟ ଧ୍ୟାନ ଦେବେ ବୋଲି କହିଛନ୍ତି ଏସିପି।