ଧାମରାରେ ‘ଏମ୍‌ଭି ଭୁପେନ୍‌ ହଜାରିକା’, ଜଳପଥରେ ମାଲ୍‌ ଓ ଯାତ୍ରୀ ପରିବହନ ହେବ ସୁବିଧା

‘ଏମ୍‌ଭି ଭୁପେନ୍‌ ହଜାରିକା’ ଜଳପଥ ପରିବହନରେ ନେବ ବଡ଼ ଭୁମିକା । ଥରକେ ଯିବ ୧୦ଟି ବସ,ଶହେରୁ ଅଧିକ ଯାତ୍ରୀ, ଶତାଧିକ ଦୁଇଚକିଆ ଯାନ । ଉପକୃତ ହେବେ କେନ୍ଦ୍ରପଡ଼ା ଓ ଭଦ୍ରକ ଜିଲ୍ଲାବାସୀ

ଧାମରା :  ଧାମରାରେ ପହଞ୍ଚିଛି‘ଏମ୍‌ଭି ଭୁପେନ୍‌ ହଜାରିକା’ । ଓଡିଶାର ଅନ୍ତର୍ଦେଶୀୟ ଜଳପଥ ସେବା ବିସ୍ତାରିତ କରିବାରେ ଏହାର ରହିବ ଏକ ବଡ଼ ଭୁମିକା । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ କେନ୍ଦ୍ରାପଡ଼ା ମଧ୍ୟରେ ଜଳପଥ ଦେଇ ଖୁବ୍‌ ଶୀଘ୍ର ମାଲ୍‌ ଓ ଯାତ୍ରୀ ପରିବହନ ସେବା ଆର ମ୍ଭ ହେବ । ଏହା ଏକ ଯନ୍ତ୍ର ଚାଳିତ ବଡ଼ ଭେସେଲ୍‌ । ଏଥିରେ ଏକାଥରରେ ଯାଇପାରିବ ୧୦ଟି ବସ,ଶହେରୁ ଅଧିକ ଯାତ୍ରୀ, ଶତାଧିକ ଦୁଇଚକିଆ ଯାନ ।

ରାଜ୍ୟ ବାଣିଜ୍ୟ ବିଭାଗ ଅଧିକାରୀଙ୍କ ସୂଚନା ମୁତାବକ କ୍ଷୁଦ୍ର ଜାହାଜ ସମ ଏହି ଭେସେଲ୍‌ର ଓଜନ ୨୦୦ ଟନ୍‌ରୁ ଅଧିକ। ଏହାର ଲମ୍ବ ୪୬ ମିଟର ଥିବାବେଳେ କୋଲକାତାରେ ଏହାକୁ ନିର୍ମାଣ କରାଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୧୨ କୋଟିରୁ ଅଧିକ ଟଙ୍କା। କେନ୍ଦ୍ର ଅନ୍ତର୍ଦେଶୀୟ ଜଳପଥ ଓ ପରିବହନ ବିଭାଗ ଆଜି ବିଧିବଦ୍ଧ ଭାବେ ଏହାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରିଛି।

ଜଳପଥରେ ଏହି ଅତ୍ୟାଧୁନିକ ଭେସେଲ୍‌ ଭଦ୍ରକ ଜିଲ୍ଲାର ଧାମରା ମୁହାଣରୁ ବାହାରି କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ମୁହାଣ ଯାଏ ଯିବ। ଏହା ଦ୍ବାରା ଉଭୟ ଜିଲ୍ଲାକୁ ଦୂରତା କମିଯିବା ସହ ଦୁଇ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ। ଆଜି ‘ଏମ୍‌ଭି ଭୂପେନ ହଜାରିକା’ ଏଠାରେ ପହଞ୍ଚିବା ପରେ ଜଳଯାତ୍ରା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.