ମୁଣ୍ଡ ନେଉଛି ଅଜଣା ଜନ୍ତୁ, ଗୋଟିଏ ଦିନରେ ୯ ମେଣ୍ଢାଙ୍କ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଶଙ୍ଖାରିସାହିରେ ଅଜଣା ଜନ୍ତୁ ଆକ୍ରମଣରେ ୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଶଙ୍ଖାରିସାହି ଗାଁର ପ୍ରଫୁଲ୍ଲ ବାରିକଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି।

ଜଗତସିଂହପୁର (କେନ୍ୟୁଜ): ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଶଙ୍ଖାରିସାହିରେ ଅଜଣା ଜନ୍ତୁ ଆକ୍ରମଣରେ ୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଶଙ୍ଖାରିସାହି ଗାଁର ପ୍ରଫୁଲ୍ଲ ବାରିକଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଖବରପାଇ ଘଟଣାସ୍ଥଳରେ ପ୍ରାଣୀସମ୍ପଦ ବିଭାଗ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଗତ କିଛି ଦିନ ତଳେ କଟକ ଜିଲ୍ଲା ନିଆଳିରେ ମଧ୍ୟ ଅଜଣା ଜନ୍ତୁ ଆକ୍ରମଣରେ ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.