ଗଜପତି କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ: ୬୩ଟି ଛେଳିଙ୍କ ମୃତ୍ୟୁ, ୨୮ସଙ୍କଟାପନ୍ନ

ଗଜପତି (କେନ୍ୟୁଜ୍): ପୁଣି ଅଜଣା ଜନ୍ତୁ ଆତଙ୍କ । ଗଜପତି ଜିଲ୍ଲା କାଶୀନଗର ବ୍ଳକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଶିକାରରେ ୬୩ଟି ଛେଳିଙ୍କ ମୃତ୍ୟୁ ହୋଇଛି । ୨୮ଟି ଛେଳିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀ ପହଞ୍ଚି ଗୁରୁତର ଛେଳିଙ୍କ ଚିକିତ୍ସା କରିଛନ୍ତି । ଅଜଣା ଜନ୍ତୁଟି କେଉଁଠୁ ଆସିଛି, ସେନେଇ ତଦନ୍ତ କରୁଛି ବନ ବିଭାଗ । ଅନ୍ୟପଟେ ମୃତ ଛେଳିଙ୍କ ମାଲିକ କ୍ଷତିପୂରଣ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.