ପରକୀୟା ପ୍ରେମ ସନ୍ଦେହରେ ଅନ୍ଧ ହୋଇଗଲେ ସ୍ତ୍ରୀ, ମାରିଦେଲେ ମହିିଳାଙ୍କୁ

ଉଦଳା : ଗତ ୪ ତାରିଖ ରବିବାର । ଜଙ୍ଗଲରୁ ମିଳିଲା ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ । ମହିଳାଙ୍କ ପରିଚୟ ମିଳିଲା ସତ । ହେଲେ ମିଳିଲାନି ମୃତ୍ୟୁ ପଛର କାରଣ । ଆରମ୍ଭ ହେଲା ପୋଲିସ୍ ର ତନାଘନା । ଏବେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ସତ । ହତ୍ୟା ପଛରେ ପରକୀୟା ପ୍ରେମ ।ଜଙ୍ଗଲରୁ ଉଦ୍ଧାର ମହିଳାଙ୍କ କ୍ଷତାକ୍ତ ମୃତଦେହ ଘଟଣାରେ ଫିଟିଛି ରହସ୍ୟ । ମୃତକ ମହିଳା ଗ୍ରାମର ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀକୁ ଭଲ ପାଇ ପାଖରେ ରଖିବାକୁ ଚେଷ୍ଟା କରିବାରୁ ଘଟିଛି ଏହି ହତ୍ୟାକାଣ୍ଡ ।
ଯାହା ସୂଚନା ମିଳିଛି, କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲରୁ ରବିବାର ଦିନ ମାଦେ ସିଂ ନାମକ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଯାହାର ଖୋଳତାଡ଼ ହେବା ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏହା ସହିତ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି ।
ଅଭିଯୋଗ ମୁତାବକ, ମୁଖ୍ୟ ଆସାମୀ କୁହାଯାଉଥିବା ସାବିତ୍ରୀ ସଏଙ୍କ ସ୍ୱାମୀ ପ୍ରତାପ ସଏଙ୍କୁ କୁଆଡେ ମୃତକ ମାଦେ ଭଲ ପାଉଥିଲେ ଏବଂ ତାଙ୍କୁ ନିଜ ପାଖରେ ରଖିବାକୁ ଚେଷ୍ଟା କରୁଥିଲେ । ଯାହାକୁ ନେଇ ପୂର୍ବରୁ ମାଦେ ଓ ସାବିତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଶେଷରେ ଗତ ଶନିବାର ରାତିରେ ମାଦେ ସିଂ ସୋନ ଡ୍ୟାମ ନିକଟରେ ବସିଥିବା ବେଳେ ସାବିତ୍ରୀ ସେଠାରେ ପହଞ୍ଚି ଏକ କଟୁରୀରେ ମାଦେଙ୍କୁ ହାଣି ହତ୍ୟା କରିଥିଲେ । ଏହା ପରେ ଗ୍ରାମର ଅନ୍ୟ ଦୁଇ ଜଣ ଦୁଃଖିଆ ସଏ ଏବଂ ଜୟନ୍ତୀ ସଏ ଙ୍କୁ ଘଟଣାସ୍ଥଳକୁ ଡାକି ୩ ଜଣ ମିଶି ମୃତଦେହକୁ ନେଇ ଜଙ୍ଗଲରେ ପକାଇ ଫେରାର ହୋଇଯାଇଥିଲେ । ଘଟଣାର ଖୋଳତାଡ଼ ପରେ ୩ ଜଣଙ୍କୁ ଏବେ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ ।
ପରକୀୟା ପ୍ରେମ ସନ୍ଦେହରେ ଅନ୍ଧ ହୋଇଗଲେ ସ୍ତ୍ରୀ । ସବୁ ସମ୍ପର୍କ ଭୁଲି ହରାଇ ବସିଲେ ନିଜର ହିତାହିତ ଜ୍ଞାନ । ପରକୀୟା ପ୍ରୀତି ସନ୍ଦେହରୁ ଘଟଣାଲେ ବିଭତ୍ସ ହତ୍ୟାକାଣ୍ଡ । ନିଜ ସ୍ୱାମୀକୁ ହରାଇବା ଭୟରେ ନେଇଗଲେ ଜଣେ ମହିଳାଙ୍କ ଜୀବନ । ସତରେ ଜଣେ ମହିଳା କଣ ଏତେ ନୃଶଂସ ହୋଇପାରେ । ସବୁ ସମସ୍ୟାର ସମାଧାନ ଅଛି । ତାମାନେ କଣ କାହାର ଜୀବନ ନେଇଯିବାଟା ଠିକ୍? ଏବେ ନିଜର ଅପରାଧ ପାଇଁ ସାବିତ୍ରୀ ଯିବେ ଜେଲ୍ । ଚାରିକାନ୍ଥ ଭିତରେ ଏବେ କଟିବ ତାଙ୍କ ବାକି ଜୀବନ ।
ଆହୁରି ପଢନ୍ତୁ: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୦ ଆହତ