ସାଉଥ୍‌ ସିଟିରେ ଲୁଚିଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ଜାରି ରହିଛି ପଚରାଉଚରା, ଜଣେ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ସାଉଥ୍‌ ସିଟିରେ ଲୁଚିଛି ମୃତ୍ୟୁ ରହସ୍ୟ। ମନୀଷ ଅନୁରାଗ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଛି। କିଛି ଲୋକଙ୍କୁ ପଚରାଉଚରା କରୁଛି ପୋଲିସ। ଘଟଣାରେ ଜଣେ ବାର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ଭୋଜି କରିବାକୁ ଡାକି ନେଇ ତାଙ୍କ ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ। ମନିଷଙ୍କ ମୃତ୍ୟୁ ଘଟଣାକୁ ୨ ଦିନ ବିତିଗଲାଣି। ହେଲେ ଏଯାଏଁ ରହସ୍ୟ ଉପରୁ ପରଦା ହଟିପାରିନି।

ଅଧିକ ତଦନ୍ତ ପାଇଁ ଇନଫୋସିଟି ଥାନା ପୋଲିସ ସାଉଥ୍‌ସିଟି ହୋଟେଲକୁ ସିଲ୍‌ କରିଛି। ସିିସିଟିଭି ଯାଞ୍ଚ ପାଇଁ ହୋଟେଲର ହାର୍ଡ ଡିସ୍କକୁ ଜବତ କରିଛି। ଘଟଣା ପୂର୍ବଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୀଷ କିଛି ବ୍ୟକ୍ତିଙ୍କ ସହ ହୋଟେଲରେ ରହିଥିବା ସୂଚନା ମିଳିଛି । ହୋଟେଲରୁ ମାତ୍ର ୫୦୦ ମିଟର ଦୂରରେ ଥିବା ପୋଖରୀରୁ ମନୀଷଙ୍କ ମୃତଦେହ ମିଳିଥିଲା ।

ହୋଟେଲରୁ ବାହାରିବା ପରେ ସାଙ୍ଗମାନଙ୍କ ସହ ଡିଏନ୍‌ ରେଗାଲିଆ ନିକଟକୁ ଆସିଥିଲେ। ସେଠାରେ କୌଣସି କାରଣ ନେଇ ସାଙ୍ଗମାନଙ୍କ ସହ ଝଗଡା ହୋଇଥିବା ଜଣାପଡିଛି। ତଦନ୍ତ ପାଇଁ ସ୍ପେସାଲ ସ୍କ୍ଵାଡ୍‌, ତମାଣ୍ଡୋ ଥାନା ଓ ଇନଫୋସିଟି ଥାନାକୁ ନେଇ ଟିମ୍‌ ଗଠନ କରାଯାଇଛି।

Leave A Reply

Your email address will not be published.