ନବ ଦାସଙ୍କ ରୋଷେୟା ମାମଲାର ଫାଇଲ ଖୋଲିଲା, ଆରମ୍ଭ ହେଲା ଖୋଳତାଡ଼

ଝାରସୁଗୁଡା : ନବ ଦାସଙ୍କ ରୋଷେୟା ମାମଲାର ଫାଇଲ ଖୋଲିଛି । ଆରମ୍ଭ ହୋଇଛି ଖୋଳତାଡ଼ । ଏହି କେସରେ ଜଡିତ ଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଝାରସୁଗୁଡା ଥାନାରେ ହାଜର ପାଇଁ ନୋଟିସ । ସୂଚନା ଦେଲେ ତଦନ୍ତ ଅଧିକାରୀ ରଞ୍ଜନ ବରିହା । ଆଜି ଝାରସୁଗୁଡା ଥାନାରେ ହାଜର ହେଲେ ହେମ ସାଗର ନାଏକ । ହେମସାଗର ନବଦାସଙ୍କ ଘରେ ଗେଟ କିପର ଭାବେ କାର୍ଯ୍ୟ କରୁଥିଲା । ହେମସାଗରଙ୍କୁ ପ୍ରାୟ ଦିନ ୨ଟାରୁ ଝାରସୁଗୁଡା ଥାନାକୁ ଡକାଇ ପ୍ରାୟ ୫ ଘଣ୍ଟା ଜେରା କରିବା ପରେ ଛାଡିଲା ପୋଲିସ । ବହୁଚର୍ଚ୍ଚିତ ସ୍ବର୍ଗତ ନବ ଦାସଙ୍କ ରୋଷୟା ଲଲିତ ସାହୁଙ୍କ ମୃତ୍ୟୁ ମାମଲା କଡ଼ ଲେଉଟିଲା । ଲଲିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୁଲିସ୍ ପକ୍ଷରୁ ପୁନଃ ତଦନ୍ତ ଆରମ୍ଭ ହୋଇଛି ।