ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ପୁଣି ଖୋଳତାଡ଼, ଥାନାରେ ହାଜର ପାଇଁ ନୋଟିସ

ଝାରସୁଗୁଡା : ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ପୁଣି ଖୋଳତାଡ଼ । ମାମଲାରେ ଜଡିତ ବିଭିନ୍ନ ବ୍ୟକ୍ତିଙ୍କୁ ଝାରସୁଗୁଡା ଥାନାରେ ହାଜର ପାଇଁ ନୋଟିସ । ସୂଚନା ଦେଲେ ତଦନ୍ତ ଅଧିକାରୀ ରଞ୍ଜନ ବରିହା । ଆଜି ଦ୍ବିତୀୟ ଦିନରେ ଝାରସୁଗୁଡା ଥାନାରେ ହାଜର ହୋଇଛନ୍ତି ମୁନୁ ପ୍ରସାଦ । ଅତିରିକ୍ତ SP ଓ ଆଇ ଓ ତଥା ଝାରସୁଗୁଡା ଥାନା ଅଧିକାରୀ ପଚରାଉଚୁରା ଜାରି ରଖିଛନ୍ତି । ପୂର୍ବରୁ କର୍ମଚାରୀ ହେମସାଗର ନାଏକଙ୍କୁ ଡ଼କରା ଯାଇ ଜେରା କରାଯାଇଥିଲା । ମୁନୁ ନବଦାସଙ୍କ ଘରେ ଗେଟ କିପର ଭାବେ କାର୍ଯ୍ୟ କରୁଛି । ଆଜି ଦିନ ୨ ଟାରେ ମୁନୁ ପ୍ରସାଦକୁ ଝାରସୁଗୁଡା ଥାନାକୁ ଡକାଇ ଜେରା କରିଥିଲା ପୋଲିସ ।