ଦୋଷ ମାନିଲା ଅଭିଯୁକ୍ତ ଗୋପାଳ ଦାସ: ପିସ୍ତଲ ଓ ଗୁଳିକୁ ବାଲିଷ୍ଟିକ ତଦନ୍ତ ପାଇଁ ପଠାଯିବ

କେନ୍ୟୁଜ୍(ବ୍ୟୁରୋ): ଦୋଷ ମାନିଲା ଅଭିଯୁକ୍ତ ଗୋପାଳ ଦାସ । ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କ୍ୟାମ୍ପ କରି ତଦନ୍ତ ଚଳାଇଛନ୍ତି। ବୋଥ୍ରାଙ୍କ ସହ ବ୍ରଜରାଜନଗର କ୍ରାଇମବ୍ରାଞ୍ଚ ଟିମ ରହିଛନ୍ତି। ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ୱରେ ଟିମ୍‌ରେ ଇନ୍‌ସପେକ୍ଟର ଜୀବନାନନ୍ଦ ଜେନା। ଏସଏଫଏଲର ଏକ୍ସପର୍ଟ ଟିମ୍‌ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଫରେନ୍‌ସିକ ଓ ବାଲିଷ୍ଟିକ ଟିମ୍‌ ତଦନ୍ତରେ ସାମିଲ ଅଛନ୍ତି। ଘଟଣାସ୍ଥଳରୁ ଖୋକା ଜବତ ହୋଇଛି।

ଗୋପାଳ ଦାସଙ୍କ 9MM ପିସ୍ତଲ ଓ ତିନି ରାଉଣ୍ଡ ଗୁଳି ଜବତ। ପିସ୍ତଲ ଓ ଗୁଳିକୁ ବାଲିଷ୍ଟିକ ତଦନ୍ତ ପାଇଁ ପଠାଯିବ। କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍‌ କ୍ୟାପିଟାଲ ହସ୍‌ପିଟାଲରେ ଛାନବିନ କରୁଛି। ଡିଏସପି ଶିଶିର ମିଶ୍ରଙ୍କ ଟିମ୍‌ ପୋଷ୍ଟମର୍ଟମ ରିପୋର୍ଟ ଉପରେ ଫୋକସ କରିଛନ୍ତି। ନବ ଦାସଙ୍କ ଭିସେରାକୁ ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.