ଖେରୁଆଲ୍ ଶ୍ମଶାନରେ ନବ ଦାସଙ୍କ ପାର୍ଥିବ ଶରୀର, ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବହୁ ସମର୍ଥକ
![](https://knewsodisha.com/wp-content/uploads/2023/01/naba-das-12.jpg)
ଝାରସୁଗୁଡ଼ା(କେନ୍ୟୁଜ୍): ଖେରୁଆଲ୍ ଶ୍ମଶାନରେ ନବ ଦାସଙ୍କ ପାର୍ଥିବ ଶରୀର । ଅନ୍ତିମ ଶୋଭାଯାତ୍ରାରେ ଆସି ଖେରୁଆଲ୍ରେ ପହଞ୍ଚିଛି ପାର୍ଥିବ ଶରୀର । ନବ ଦାସଙ୍କୁ ହରାଇ କାନ୍ଦୁଛି ଝାରସୁଗୁଡ଼ା। କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ପରିବେଶ। ଲୁହରେ ଭିଜିଛି ସହର। ଖେରୁଆଲ୍ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର। ପଶ୍ଚିମ ଓଡ଼ିଶାର ବହୁ ନେତା, କର୍ମୀ ଓ ସମର୍ଥକ ଶେଷ ଦର୍ଶନ କରୁଛନ୍ତି। ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ରହିବେ ୩ ମନ୍ତ୍ରୀ ।
ସଂସଦୀୟ ବ୍ୟାପାର, କୃଷି ଓ ଜଳସମ୍ପଦ ମନ୍ତ୍ରୀ ଉପସ୍ଥିତ ରହିବେ । ସରବାହାଲ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଇଥିଲା। ବେହେରାମାଲରୁ ଖେରୁଆଲ୍ ଯାଏଁ ଅନ୍ତିମ ଶୋଭାଯାତ୍ରା କରାଯାଇଥିଲା। ବାସଭବନରେ ଶେଷ ଦର୍ଶନ କରିଥିଲେ ସମର୍ଥକ ଓ ଶୁଭେଚ୍ଛୁ ।.