ଏବେ ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଶୁଣିବାକୁ ମିଳୁଛି ଶନି ମନ୍ଦିରକୁ ଦାନ କଲେ କୋଟିଏ ଟଙ୍କାର ସୁନା କଳସ

ଝାରସୁଗୁଡା (କେନ୍ୟୁଜ): ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ କରି ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗନାପୁରରେ ଭଗବାନ ଶନିଙ୍କ ପୀଠରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବହୁମୂଲ୍ୟ ସୁନା କଳସ ଦାନ କରିଥିବା ସୂଚନା ମିଳିଛି। ଏହି ସୁନା କଲସଟି ୭୦୦ଗ୍ରାମ ସୁନା ଓ ୫କେଜି ରୂପା ବ୍ୟବହୃତ ହୋଇଥିବା ଜଣାପଡିଛି ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କାର ରହିଛି ବୋଲି ସୂଚନା ମିଳିଛି। ଏଭଳି ଦାନ ମନ୍ଦିରକୁ ମିଳିଥିବା ସବୁଠାରୁ ବଡ଼ ଦାନ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ତେବେ ମନ୍ତ୍ରୀ ଏହି କଥାକୁ ଗୋପନ କରିବା ପାଇଁ ଚେଷ୍ଟା କରିଥିବା ସୂଚନା ମିଳୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି । ତେବେ କୋଭିଡ୍‌ କାଳରେ ଯେତେବେଳେ ରାଜ୍ୟରେ ହାହାକାର ସ୍ଥିତି ପଡ଼ିଥିଲା, ସେତେବେଳେ ନବ ଦାସ ୮୦ଟି ଟ୍ରକ୍‌ କଣିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ରଖିନଥିଲେ।