ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନରେ ପହଞ୍ଚିଲେ ନବ ଦାସଙ୍କ ପରିବାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନରେ ପହଞ୍ଚିଲେ ନବ ଦାସଙ୍କ ପରିବାର ।  ପୂର୍ବରୁ ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କରିଥିଲେ ନବ ଦାସଙ୍କ ପତ୍ନୀ ମୀନତି ଦାସ । ଏହା ସହ ଡାକ ଜରିଆରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିଲେ ।  ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ।  ଏବେ ନୂଆ ମୋଡ଼ ନେବାକୁ ଯାଉଛି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପରିବାର ।

ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ଓ ମିନତି ଦାସଙ୍କ ମଧ୍ୟରେ ଆଲୋଚନା ହେବ ।  ଆଜି ନବ ଦାସଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୭ ଘଣ୍ଟା ଧରି ବୟାନ ରେକର୍ଡ କରିଥିଲା । ଏହାପରେ ନବଙ୍କ ପୁଅ ବିଶାଲ ଦାସ କହିଥିଲେ,ସିବିଆଇ ତଦନ୍ତ ପାଇଁ ଚିଠି ପ୍ରସ୍ତୁତ ହୋଇ ରହିଛି ।

ଦୀର୍ଘ ଦୁଇବର୍ଷ ପରେ ବି ନବଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ  ।   ନବଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ଦାବି କରିଥିଲେ ବି ଲିଖିତ ଆକାରରେ  ଜଣାଇବାକୁ ସରକାର କହିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିଲେ ।

ଗତ ୧୧ ତାରିଖରେ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।   ନବଙ୍କ ପତ୍ନୀଙ୍କ ଆବେଦନକୁ ଗ୍ରହଣ କରି ଆଜି ଭେଟିବାକୁ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।   ଏପଟେ ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିଛନ୍ତି। ଦୀପାଳି କହିଛନ୍ତି, ଆମେ ସିବିଆଇ ତଦନ୍ତ ପାଇଁ ପ୍ରସ୍ତୁତ ।  ମୁଖ୍ୟମନ୍ତ୍ରୀ ଆପଏଣ୍ଟମେଣ୍ଟ ପାଇଁ ସମୟ ଦେଲେ ଆମେ ସିବିଆଇ ତଦନ୍ତ ପାଇଁ ଚିଠି ଦେବୁ ।

Also read: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ, ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ :…