ଚଳଚଞ୍ଚଳ ଝାରସୁଗୁଡ଼ା ରାଜନୀତି, ଆସନ୍ତାକାଲି ବିଜେଡିରେ ସାମିଲ ହେବେ ନବ ଦାସ

ଝାରସୁଗୁଡ଼ା (କେନ୍ୟୁଜ୍) : ଚଳଚଞ୍ଚଳ ଝାରସୁଗୁଡ଼ା ରାଜନୀତି। ଆସନ୍ତାକାଲି ବିଜେଡିରେ ସାମିଲ ହେବେ ନବ ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରୁସୁଗୁଡ଼ା ଗସ୍ତ ଅବସରରେ ଅମଲିପଲି ସାଧାରଣ ସଭାରେ ଉଦବୋଧନ ଦେବେ ନବୀନ। ସେଠାରେ ନବ ଦାସ ବିଜେଡିରେ ସାମିଲ ହେବେ। ଏହି ଗସ୍ତ ଅବସରରେ ଝାରସୁଗଡ଼ାରେ ଏକ କ୍ୟାନସର ହସପିଟାଲ, ଚୌକିପଡ଼ା ରେଳ ଓଭର ବ୍ରିଜର ଉଦଘାଟନ ଓ ବେଦାନ୍ତ ସହାୟତାରେ ହେବାକୁ ଥିବା ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ କମ୍ ପାଥୋଲୋଜି ସେଣ୍ଟରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

prepaireସାଧାରଣ ସଭାରେ ଏକ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପୋଲିସ। ୨୦ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।