ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ : ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ

ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ ଦେଖାଦେଇଛି । ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ ଟିମ୍ ର ତଦନ୍ତ ଜାରି ରହିଛି । ହସ୍ପିଟାଲ ଓ ବିମାନବନ୍ଦରରେ ଖୋଳତାଡ଼ କରାଯାଉଛି । ଗୁଳିକାଣ୍ଡ ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ ହୋଇଥିଲେ ନବ ଦାସ । କେତେବେଳେ, କିପରି ହୋଇଥିଲା ଏୟାରଲିଫ୍ଟ , ଏୟାରଲିଫ୍ଟ ବେଳେ କିଏ ରହିଥିଲେ ଏସବୁର ତଦନ୍ତ ହୋଇଛି ।

ଗତକାଲି ଝାରସୁଗୁଡ଼ା ସରବାହାଲ ନବଙ୍କ ଘରେ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲେ ତଦନ୍ତ ଅଧିକାରୀ ଏବଂ ଅତିରିକ୍ତ ଏସପିଙ୍କ ସହିତ କ୍ରାଇମବ୍ରାଞ୍ଚ ଡିଏସପି । ପ୍ରାୟ ସାଢେ଼ ୭ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ପକ୍ଷରୁ ବୟାନ ରେକର୍ଡ କରାଯାଇଥିଲା । ପ୍ରଥମେ ଦୀପାଳି ଦାସ ଏବଂ ବିଶାଲ ଦାସଙ୍କ ବୟାନ ରେକର୍ଡ଼ ହୋଇଥିଲା ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପରିବାର । ଅପରାହ୍ଣ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ପୂର୍ବରୁ ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କରିଥିଲେ ନବ ଦାସଙ୍କ ପତ୍ନୀ ମୀନତି ଦାସ । ଏହା ସହ ଡାକ ଜରିଆରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିଲେ । ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିଲେ ପରିବାର । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିଲେ । ଗତ ୧୧ ତାରିଖରେ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ନବଙ୍କ ପତ୍ନୀଙ୍କ ଆବେଦନକୁ ଗ୍ରହଣ କରି ଆଜି ଭେଟିବାକୁ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।.

ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ ।

 

 

ଆହୁରି ପଢ଼ନ୍ତୁ : ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପତ୍ନୀଙ୍କୁ ସାକ୍ଷାତ ସମୟ ଦେଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ସଂଧ୍ୟା ୫ ଟାରେ ଭେଟିବେ