ନବ ଦାସଙ୍କ ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସୁରାକ, ପାଇଖାନା ଟାଙ୍କିରୁ ମିଳିଲା ୧୨ଖଣ୍ଡ କାଗଜ !

ଝାରସୁଗୁଡା (କେନ୍ୟୁଜ): ପାଇଖାନା ଟାଙ୍କିରେ ଲୁଚିଥିଲା ପ୍ରମାଣ! ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । କ୍ରାଇମବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି ବଡ଼ ସୁରାକ । ପାଇଖାନା ଟାଙ୍କିରୁ ମିଳିଛି ୧୨ ରୁ ୧୫ ଖଣ୍ଡ କାଗଜ। ଗତକାଲି ରାତିରୁ ଟାଙ୍କିରୁ ମିଲିଛି ଏହି କାଗଜ। ଏହି କାଗଜକୁ ଶୁଖା ଯାଉଛି । ଏହାକୁ ହ୍ୟାଣ୍ଡ ରାଇଟିଙ୍ଗ ବ୍ୟୁରୋକୁ ପଠାଯିବ । ଏହି କାଗଜରେ ହତ୍ୟା କାଣ୍ଡର କାରଣ ଲେଖିଥିବା ଗୋପାଳ କ୍ରାଇମ ବ୍ରାଞ୍ଚ ଟିମକୁ କହିଥିବା ସୂଚନା ମିଳୁଛି । ଗୋପାଳର ହାତଲେଖା କାଗଜକୁ ନେଇ ଅନୁଧ୍ୟାନ କରୁଛି କ୍ରାଇମ ବ୍ରାଞ୍ଚ ଟିମ ।

ଖବର ଅନୁଯାୟୀ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ ତଥ୍ୟ ଲୁଚାଇବା ଜାଣିବା ପରେ ଟାଙ୍କି ଭାଙ୍ଗି ତଥ୍ୟ ଯୋଗାଡ଼ କରିବାରେ ଲାଗିପଡ଼ିଥିଲା ଟିମ୍‌ । କିଛି ସୁରାକ୍‌ ଉଦ୍ଧାର ପାଇଁ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍‌ କରିଥିଲା କ୍ରାଇମବ୍ରାଞ୍ଚ । ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚିଛି । କାଗଜ ଉଦ୍ଧାର ହୋଇଥିଲେ ମଧ୍ୟ ଓଦା ହୋଇଯାଇଛି । ମାତ୍ର ସେଥିରୁ ସମ୍ପୂର୍ଣ୍ଣ ତଥ୍ୟ ଲିଭିନାହିଁ । ବଳକା କାଗଜ ଉଦ୍ଧାର ଚାଲିଛି । ନବ ଦାସଙ୍କ ହତ୍ୟା ସହ ଏହି ଦସ୍ତାବିଜର ପୂରା ସମ୍ପର୍କ ରହିଛି । ତେବେ ଏଥିରେ କି ତଥ୍ୟ ରହିଛି, ସେନେଇ ଅଧିକାରୀ ମାନେ ମୁହଁ ଖୋଲିନାହାନ୍ତି । କ୍ରାଇମବ୍ରାଞ୍ଚ ଏହାକୁ ବଡ଼ ପ୍ରମାଣ ବୋଲି ବିବେଚନା କରି ଅପରେସନ ଜାରି ରଖିଛି ।

ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ହେଲେ ଶତପ୍ରତିଶତ ସଫଳ ହୋଇ ପାରିନାହିଁ । ବୁଧବାର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ଘନ ଘନ ଜେରା ବେଳେ ଗୋପାଳ ଏସମ୍ପର୍କରେ ସୂଚନା ଦେଇଛି । ରବିବାର ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏଏସ୍‌ଆଇ ଗୋପାଳ ଦାସ । ତତ୍କାଳ ତାଙ୍କୁ କାବୁ କରାଯାଇଥିଲା ଏବଂ ପୁଲିସ ତାଙ୍କୁ ଆଣି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ଯାଏ ସେ ଦୀର୍ଘ ସମୟ ଧରି ସେଠାରେ ଥିଲେ । ନବଙ୍କ ମୃତ୍ୟୁ ପଞ୍ଜିକା ପ୍ରସ୍ତୁତ କରିଥିବା ଗୋପାଳ ଲୁଚାଇ ରଖିଥିଲା । ପରିସ୍ରା ଯିବା ବାହାନାରେ ଲୁଚାଇ ରଖିଥିବା ସବୁ କାଗଜକୁ ପାଇଖାନାରେ ଫ୍ଲସ୍‌ କରିଦେଇଥିଲା । ପ୍ରଥମ ଦିନ ରିମାଣ୍ଡରେ ଗୋପାଳ ସୂଚନା ଦେବାପରେ ପାଇଖାନା ଟାଙ୍କିକୁ ଖୋଲି କାଗଜ ଜବତ କରିଛି । ଏହାକୁ SFSLକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.