Categories: ରାଜ୍ୟ

କ୍ଷମା ମାଗି, ଇସ୍ତଫା ଦେଲେ : ରାହୁଲ ଆସିବା ଆଗରୁ କଂଗ୍ରେସ ହାତ ଛାଡ଼ିଲେ ବିଧାୟକ ନବ ଦାସ

ଭୁବନେଶ୍ବର (କେନ୍ୟୁଜ୍) : କଂଗ୍ରେସକୁ ବାଏ ବାଏ କଲେ ବିଧାୟକ ନବ ଦାସ । ସେ କଂଗ୍ରେସର ପ୍ରାଥମିକ ସଭ୍ୟ ଓ କାର‌୍ୟ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେବା ସହ ରାହୁଲଙ୍କୁ କ୍ଷମା ମାଗିଛନ୍ତି । ୧୯ ନିର୍ବାଚନ ବିଜେଡିରୁ ଲଢନ୍ତୁ ବୋଲି ତାଙ୍କ ଅଞ୍ଚଳ ଲୋକ ଚାହୁଁଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ନବ । ତାଙ୍କ ପାଇଁ ଆଗ ମାଟି ଓ ପରେ ପାର୍ଟି । ଏଥିସହ ଖୁବଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି ନବ । ସେପଟେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସରୁ ନବଙ୍କୁ ବହିଷ୍କାର କରାଯାଇଥିବା କହିଛନ୍ତି ପିସିସି ସଭାପତି ।

ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ । ସେ ତାଙ୍କର ଇସ୍ତଫା ପତ୍ର ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ନବ ଲେଖିଛନ୍ତି, ପିସିସି ସଭାପତିଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ । କିନ୍ତୁ ବିଜେଡିରୁ ୨୦୧୯ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କ ଅଂଚଳ ଲୋକ ଚାହୁଁଛନ୍ତି । ଲୋକମାନେ ଚାହୁଁଛନ୍ତି ନବୀନ ପଟ୍ଟନାୟକଙ୍କ ସହ ସେ ହାତ ମିଳାନ୍ତୁ । ଜାନୁଆରୀ ୨୪ରେ ଲୋକଙ୍କ ପରାମର୍ଶ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିବେ ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି ନବ ଦାସ । ଏଥିପାଇଁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦ ଓ କାର‌୍ୟ୍ୟକାରୀ ସଭାପତି ପଦରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଇସ୍ତଫା ସହ ରାହୁଲଙ୍କ ଆଗରେ କ୍ଷମା ମାଗିଛନ୍ତି ନବ ଦାସ ।

ଝାରସୁଗୁଡ଼ାରୁ ଦୁଇ ଦୁଇ ଥର କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି ନବ । ଗତ ପଞ୍ଚାୟତ ନିର୍ବାଚନରେ ନବଙ୍କ ପାଇଁ କେବଳ ଝାରସୁଗୁଡ଼ାରେ କ୍ଲିନ ସୁଇପ କରିଥିଲା କଂଗ୍ରେସ । ଏବେ ନବଙ୍କ ଦଳ ଛାଡ଼ିବା କଂଗ୍ରେସ ପାଇଁ ମହଙ୍ଗା ହେବ ବୋଲି କୁହାଯାଉଛି । ସେପଟେ ପିସିସି ସଭାପତି କହିଛନ୍ତି, ବିଶୃଙ୍ଖଳିତ ଆଚରଣ ପାଇଁ ନବଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସେହିପରି ବରିଷ୍ଠ କଂଗ୍ରେସ ନେତା ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଜଣେ କାର‌୍ୟ୍ୟକାରୀ ସଭାପତି ଇସ୍ତଫାଦେବା ଦୁର୍ଭାଗ୍ୟଜନକ । ଏହା ଏକ ବିରାଟ ଷଡ଼ଯନ୍ତ୍ର । ବିଜେପୁର ଉପନିର୍ବାଚନ ସମୟରୁ ଏହା ଜଣାପଡ଼ିଥିଲା।

୧୯ ନିର୍ବାଚନ ପାଇଁ ଘଟଗାଁ ମାଆ ତାରିଣୀଙ୍କ ପୀଠରୁ ଆଜି ଆନୁଷ୍ଠାନିକ ପ୍ରଚାର ଆରମ୍ଭ କରିଥିଲେ ପିସିସି ସଭାପତି । ସମାବେଶ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ହେଲେ ଏହା ପୂର୍ବରୁ ବିଧାୟକ ନବ ଦାସ ହାତକୁ ବାଏ ବାଏ କରିଛନ୍ତି ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago