ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ନବନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମ

 ଜିଲ୍ଲାରେ ବିଭିନ୍ନ ବିଭାଗ ପ୍ରସ୍ତୁତ କରିଥିବା ଖସଡ଼ା ଅନୁସାରେ ଦିଆଯିବ ଟ୍ରେନିଂ

ଭୁବନେଶ୍ବର : ନବନିଯୁକ୍ତ ସିଭିଲ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆଜି ଆରମ୍ଭ ହୋଇଛି। ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଭୁବନେଶ୍ୱର ଜୟଦେବ ଭବନରେ ଏକ କାର୍ୟ୍ୟକ୍ରମ ଅୟୋଜନ କରାଯାଇଛି । ୧୪୫ ଜଣ ନବନିଯୁକ୍ତ ଅଧିକାରୀଙ୍କ ମଧ୍ୟରେ ୪୭ ଜଣ ମହିଳା, ତିନି ଜଣ ଭିନ୍ନକ୍ଷମ ଓ ଜଣେ କ୍ରୀଡ଼ାବିତ୍ ଅଛନ୍ତି। ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ୱାରା ଶହେ ଜଣ ପ୍ରଶାସନିକ ଅଧିକାରୀ ନିଯୁକ୍ତ ହୋଇଥିବା ବେଳେ ଅର୍ଥ ବିଭାଗ ଦ୍ୱାରା ୩୧ ଜଣ ଓ ସ୍ୱରାଷ୍ଟ୍ର ବିଭାଗ ଦ୍ୱାରା ୧୧ ଜଣ ଆରକ୍ଷୀ ଅଧିକାରୀ ନିଯୁକ୍ତି ହେଉଛନ୍ତି ।

ଏହି ଅଧିକାରୀମାନେ କାର୍ୟ୍ୟରେ ଯୋଗଦେବା ପରେ ସେମାନଙ୍କ ଅନୁଷ୍ଠାନିକ ଓ ଜିଲ୍ଲାରେ ବିଭାଗମାନେ ପ୍ରସ୍ତୁତ କରିଥିବା ଖସଡ଼ା ମୁତାବକ ପ୍ରଶିକ୍ଷଣ ଦିଆଯିବ। ପ୍ରଶାସନିକ ଅଧିକାରୀଙ୍କ ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଅର୍ଥ ସେବା ଅଧିକାରୀଙ୍କ ପାଇଁ ମଧୂସୁଦନ ଦାସ ବିତ୍ତିୟ ପରିଚାଳନା ଆଞ୍ଚଳିକ ଏକାଡେମୀ ଓ ପୋଲିସ ସେବା ଅଧିକାରୀଙ୍କ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.