ନବରଙ୍ଗପୁର:ଦୋକାନ ସାମନାରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ୍

mobile theftନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ମୋବାଇଲ୍ ଫୋନ୍ ଚୋରି। ଦୋକାନ ସାମ୍ନାରୁ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ସହର ନୂଆବନ୍ଧ ସାହିରୁ। ଜେଡ୍ କମ୍ୟୁନିକେସନ୍ ନାମକ ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି ହୋଇଛି। ମାଲିକ ଦୋକାନ ଘର ତାଲା ଖୋଲିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍ରେ ଆସି ମୋବାଇଲ୍ ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ନବରଙ୍ଗପୁର ଥାନାରେ ଏତଲା ପରେ ତଦନ୍ତ ଚଲାଇଛି ପୋଲିସ ।

Leave A Reply

Your email address will not be published.