ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦିଲ୍ଲୀରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଚକା ଫାଟି ଯିବା ଯୋଗୁଁ ଗାଡି ଭାରସାମ୍ୟା ହରାଇ ଏକ ଗାତ ଭିତରକୁ ପଶି ଯାଇଥିଲା ।

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଉମରକୋଟ ନିକଟ ଦର୍ଗାଗୁଡ଼ା ଠାରେ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦିଲ୍ଲୀରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଚକା ଫାଟି ଯିବା ଯୋଗୁଁ ଗାଡି ଭାରସାମ୍ୟା ହରାଇ ଏକ ଗାତ ଭିତରକୁ ପଶି ଯାଇଥିଲା ।

ଘଟଣା ସଂପର୍କରେ ଖବର ପାଇ ଉମରକୋଟ ପୁଲିସ୍ ଓ ସ୍ଥାନୀୟ କିଛି ଲୋକ ପହଞ୍ଚି ସାଂସଦଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ତେବେ ସେ ସୁସ୍ଥ ଥିବା କହିଛନ୍ତି ସାଂସଦ ଶ୍ରୀ ମାଝୀ।