ଅନାଥ ଆଶ୍ରମ ପରିଦର୍ଶନ କରି ପିଲାଙ୍କ ସହ ନାଚିଲେ ନବରଙ୍ଗପୁର ଏସପି

ନବରଙ୍ଗପୁର(କେନ୍ୟୁଜ୍‌): ଅନାଥ ଆଶ୍ରମ ପରିଦର୍ଶନ କରି ଝିଅଙ୍କ ସହ ନାଚିଲେ ଏସପି ଏସ ସୁଶ୍ରୀ । ପିଲାଙ୍କ ମୁହଁରେ ହସ ଫୁଟାଇଲେ ନବରଙ୍ଗପୁର ଏସପି । ନବରଙ୍ଗପୁର ସହର ମାଝିଗୁଡ଼ାରେ ଥିବା ଦିନଦୟାଲ ଅନାଥ ଆଶ୍ରମକୁ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଓ ଏସପି ଏସ ସୁଶ୍ରୀ ପରିଦର୍ଶନ କରିଥିଲେ । ଆଶ୍ରମରେ ଥିବା ଅନାଥ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ ।

ପିଲାଙ୍କ ସହ ସମୟ କାଟିଥିଲେ ଏସପି ଓ ଜିଲ୍ଲାପାଳ । ପରେ ପିଲାଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ଏସ ସୁଶ୍ରୀ । ଭବିଷ୍ୟତରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦେବାକୁ କହିଥିଲେ । ଆଶ୍ରମର ପିଲାମାନେ ମଧ୍ୟ ବେଶ ଖୁସି ଅନୁଭବ କରିଥିଲେ ।

Leave A Reply

Your email address will not be published.